ଖାଞ୍ଜ Khān̄ja

  • ଦେ. ବି — (ସଂ. କୋଷ)—ଖୋଳ; ଖାପ — Sheath; scabbard
  • ଦେ. ବି — (ସଂ. ଖଞ୍ଜ, କିମ୍ବା ସଂ. ଖଚ ଧାତୁ=ବନ୍ଧନ କରିବା)— ଏକ ବସ୍ତୁ ଅନ୍ଯ ବସ୍ତୁରେ ଅଟକି ରହିବା ପାଇଁ ଦ୍ୱିତୀୟ ବସ୍ତୁରେ ହତିଆର ଦ୍ୱାରା କରାଯିବା ଘରା; ଖାନ୍ଦି — A notch or groove in which one thing is set to fit into another; mortise
  • ଦେ. ବି — [ଦ୍ର—ଗୋଟିଏ କାଠରେ ଖାଞ୍ଜ କାଟି ତହିଁରେ ଆଉ ଗୋଟିଏ କାଠକୁ ବସାଇ ବାନ୍ଧିଲେ ସେ ବନ୍ଧନଟି ଦୃଢ଼ ହୁଏ। ପକ୍କାକୋଠାର କାନ୍ଥରେ ଖାଞ୍ଜ ରଖାଯାଇଥାଏ; ସେହି କାନ୍ଥକୁ ଲଗାଇ ନୂଆ କାନ୍ଥ କଲାବେଳେ ଖାଞ୍ଜ ସଙ୍ଗେ ଜୋଡ଼ମୁହଁ ମିଳାଇ ନୂଆ ଗାନ୍ଥିନୀ କରାଯାଏ।]