ଖାଞ୍ଚିବା Khān̄chibā
- ଦେ. କ୍ରି. (ସଂ. କର୍ଷଣ; କିମ୍ବା ସଂ. ଖଚ ଧାତୁ=ବନ୍ଧନେ) — ଓଟାରିବା; ଟାଣିବା; ଖେଞ୍ଚିବା — To draw a thing tightly
- ପ୍ରାଦେ. (ସମ୍ବଲପୁର) କ୍ରି — ତଳକୁ ନୁଆଁଇବା — To bend downwards
- ପ୍ରାଦେ. (ସମ୍ବଲପୁର) କ୍ରି — ଠେସି ଠେସି ଭର୍ତ୍ତି କରିବା — To thrust by repeated pushing; to ram
- ପ୍ରାଦେ. (ସମ୍ବଲପୁର) କ୍ରି — ଜାକି ଧରିବା — To hold tightly
- ପ୍ରାଦେ. (ବାଲେଶ୍ୱର) — (ଦଉଡ଼ା ଆଦିକୁ) ଟାଣି କରି ବାନ୍ଧିବା — To tie (rope etc) by pulling tightly
- ପ୍ରାଦେ. (ବାଲେଶ୍ୱର) — (ଯଥା—ମଶାରି ଖାଞ୍ଚିବା।)