ଖରାପ ଲାଗିବା Kharāpa lāgibā
- ଦେ. କ୍ରି — କୌଣସି ବିଷୟ କୌଣସି ବ୍ଯକ୍ତିକୁ ସୁଖକର ଜଣା ନ ଯିବା — To seem disagreeable; not to seem pleasant
- ଦେ. କ୍ରି — (ଯଥା—ଅକର୍ମା ଲୋକକୁ ହିତବଚନ ଖରାପ ଲାଗେ।)
- ଦେ. କ୍ରି — ଅସ୍ୱାଦ ଜଣାଯିବା — To taste bad
- ଦେ. କ୍ରି — (ଯଥା—ଆଜି ମାଛତିଅଣ ଖରାପ ଲାଗୁଛି।)
- ଦେ. ବି. (କୌଣସି ବ୍ଯକ୍ତିର) ସ୍ୱାଚ୍ଛନ୍ଦ୍ୟ ବା ସୁଖ ଅନୁଭୂତିର ଅଭାବ — Want of an easy feeling
- ଦେ. ବି. (କୌଣସି ବ୍ଯକ୍ତିର) (ଯଥା—ନିକମା ହୋଇ ବସି ରହିବାକୁ ମୋତ ଖରାପ ଲାଗୁଛି।)