ଖରସୁଆ Kharasuā

  • ଦେ. ବି. (ସଂ. ଖରସ୍ରୋତା) — କଟକଜିଲା ଯାଜପୁର ଅଞ୍ଚଳର ବ୍ରାହ୍ମଣୀ ନଦୀର ଶାଖାବିଶେଷ — Name of a river; branch of the Brāhmaṇī in Orissa
  • ଦେ. ବି. (ସଂ. ଖରସ୍ରୋତା) — ଛୋଟନାଗପୁର ସିଂହଭୂମଜିଲ୍ଲା ସଂଲଗ୍ନ ଉତ୍କଳୀୟ ଗଡ଼ଜାତ— ରାଜ୍ୟବିଶେଷ — A feudatory state in Chhoṭa-nāgpur under the Orissa Agency
  • ଦେ. ବି. (ସଂ. ଖରସ୍ରୋତା) — [ଦ୍ର—ଏ ରାଜ୍ୟ ଓଡ଼ିଶାର ପୋଲିଟିକାଲ୍ ଏଜେଣ୍ଟଙ୍କ ଅଧୀନ। ଏ ରାଜାଙ୍କର ଉପାଧି 'ଠାକୁର'; ବେଙ୍ଗଲନାଗପୁର ରେଳର ଆମଦା— ଷ୍ଟେସନଠାରୁ ଏ ରାଜ୍ୟର ରାଜଧାନୀ ଚାରି ମାଇଲ ଦୁର।]
  • ଦେ. ବି. (ସଂ. ଖରସ୍ରୋତା) — କଉଫାସିଆ (ମାଛ) (ଦେଖ) — Kauphāsiā (fish) (See)
  • ଦେ. ବିଣ. (ବହୁବ୍ରୀହି; ଖର+ସୁଅ+ସ୍ତ୍ରୀ. ଆ) — ପ୍ରଖର ସ୍ରୋତବିଶିଷ୍ଟା (ନଦୀ) — (river) With a swift current