ଖରଖରି ଓଷା Kharakhari oshā
- ପ୍ରାଦେ. (ଗଞାମ) ବି — ବ୍ରତ ବା ଉପବାସ ବିଶେଷ — A religious fast
- ପ୍ରାଦେ. (ଗଞାମ) ବି — [ଦ୍ର—ଚୌତ୍ରମାସର ପ୍ରତି ରବିବାର ଦିନ ଘରର ଅଭିଆଡ଼ି ଝିଅମାନେ ଏ ଓଷା କରନ୍ତି। ଏ ଦିନମାନଙ୍କରେ ସେମାନେ ଅଅଁଳା, ହଳଦୀ ଲଗାଇ ପୋଖରୀରେ ଘାଧୋଇ ସାରି ବାଲି ଓ ଅଅଁଳାଗଛ ଆଣି ଦେବତା—ବିଗ୍ରହ ଗଢ଼ନ୍ତି। ସନ୍ଧ୍ୟାରେ ଏହି ଦେବତାଙ୍କଠାରେ ପିଠା, ଆମ୍ବ, ନଡ଼ିଆ ଆଦି ପୂଜା ହୁଏ ଏବଂ ତହିଁ ଆରଦିନ ଏ ଓଷା ଉଜୁଆଁ ହୁଏ।]