ଖନ୍ଦକ ମାପ Khandaka māpa

  • ଦେ. ବି — ଭୂମିରେ ଖାତ ଖୋଳା ହୋଇ ତହିଁରୁ ମାଟି ନିଆଯାଇ କୌଣସି ଯାଗାରେ ମାଟି ପଡ଼ିଥିଲେ ସେହି ମାଟିର ପରିମାଣ ନିର୍ଣ୍ଣୟ କରିବା ନିମନ୍ତେ ଉକ୍ତ ଗର୍ତ୍ତର ଲମ୍ବା, ଚଉଡ଼ା ଓ ଗହିଡ଼ାକୁ ମାପ କରିବା; କୌଣସି ଗର୍ତ୍ତର ଘନ ପରିମାଣ — The cubic measurement of the ditches from which earth has been taken
  • ଦେ. ବି — [ଦ୍ର—ଖନ୍ଦକର ଘନପରିମାଣ ଅନୁସାରେ ମାଟିକାମରେ ଲାଗି— ଥିବା ମାଟିର ପରିମାଣ ନିର୍ଣ୍ଣୟ କରାଯାଏ। ଗୋଟିଏ ଖନ୍ଦକର ମାପ 1 ଫୁଟ* 10 ଫୁଟ* 10 ଫୁଟ ହେଲେ ମାଟି ପଡ଼ିଥିବା ସ୍ଥାନରେ 100 ଘନଫୁଟ ବା 100 ଫୁଟ ମାଟି ପଡ଼ିଛି ବୋଲି ଧରାଯାଏ।] — [ଦ୍ର—ଖନ୍ଦକର ଘନପରିମାଣ ଅନୁସାରେ ମାଟିକାମରେ ଲାଗି— ଥିବା ମାଟିର ପରିମାଣ ନିର୍ଣ୍ଣୟ କରାଯାଏ ଗୋଟିଏ ଖନ୍ଦକର ମାପ1ଫୁଟ*10ଫୁଟ*10ଫୁଟ ହେଲେ ମାଟି ପଡ଼ିଥିବା ସ୍ଥାନରେ100ଘନଫୁଟ ବା100ଫୁଟ ମାଟି ପଡ଼ିଛି ବୋଲି ଧରାଯାଏ]