ଖତପତ୍ର Khatapatra

  • ଦେ. ବି (ଆ. ଖତ+ସଂ. ପତ୍ର) — ତମସୁକ; ଋଣପତ୍ର — A money-bond
  • ପ୍ରାଦେ (ପୁରୀ) ବି — ତୀର୍ଥକୁ ଦେବଦର୍ଶନାର୍ଥ ଆସିଥିବା ଯାତ୍ରୀ— ମାନେ ଦକ୍ଷିଣା ନଗଦ ଦେଇ ନ ପାରି ବା ଟଙ୍କା ଧାର ନେଇ ପଣ୍ଡାଙ୍କୁ ଲେଖି ଦେଇଯିବା ଋଣପତ୍ର (ଯାହା ପଣ୍ଡାଗୁମାସ୍ତାମାନେ ପରେ ଯାତ୍ରୀଙ୍କ ଘରକୁ ଯାଇ ଆଦାୟ କରି ଆଣନ୍ତି) — Bonds or handnotes executed by pilgrims in favour of their Paṇḍās while visiting places of pilgrimage