ଖଣ୍ଡି Khaṇḍi

  • ଦେ. ବି. (ସଂ. ଖଣ୍ଡ) — କ୍ଷୁଦ୍ର ଖଣ୍ଡ ବା ଭାଗ — A small bit
  • ଦେ. ବି. (ସଂ. ଖଣ୍ଡ) — ଏକ ଗୋଟି ବା ସଂଖ୍ୟା — One bit or number
  • ଦେ. ବି. (ସଂ. ଖଣ୍ଡ) — ଏକାଧିକ ବସତିବିଶିଷ୍ଟ ଗ୍ରାମର ଗୋଟିଏ ଅଂଶ ବା ବିଶି — A part of a village consisting of a number of hamlets
  • ଦେ. ବି. (ସଂ. ଖଣ୍ଡ) — ହଳଦୀ, ଗୁଡ଼ ଆଦି ମାପ କରିବାର ପରିମାଣବିଶେଷ; 2 ସେର ପରିମାଣ — ହଳଦୀ, ଗୁଡ଼ ଆଦି ମାପ କରିବାର ପରିମାଣବିଶେଷ;2ସେର ପରିମାଣ— . A standard of measure for turmeric and molasses, about 20 seers
  • ପ୍ରାଦେ (ଗଡ଼ଜାତ, ସିଂହଭୂମ, ଧଳଭୂମ ଓ ସମ୍ବଲପୁର) ବି — ଧାନ ମାପର ପରିମାଣବିଶେଷ — A standard measure for paddy
  • ପ୍ରାଦେ (ସମ୍ବଲପୁର ଓ ଗଡ଼ଜାତ ଓ ପ୍ରାଚୀନ ପଦ୍ଯ) ବି — ନଈବନ୍ଧ; ନଈକୂଳ; ନଦୀତଟ — Bank of a river
  • ପ୍ରାଦେ (ପୁରୀ) ବି — ବ୍ରାହ୍ମଣଶାସନର ଗୋଟିଏ ଭାଗ ବା ଅଂଶ — A part of a Brahman village consisting of groups of houses
  • ପ୍ରାଦେ (ପୁରୀ) ବି — [ଦ୍ର—ପୁରୀ ଜିଲ୍ଲାର କେତେକ ବଡ଼ ବଡ଼ ବ୍ରାହ୍ମଣଶାସନ ଏକାଧିକ ଖଣ୍ଡିରେ ବିଭକ୍ତ। ପ୍ରତ୍ୟେକ ଖଣ୍ଡିର ପ୍ରଶସ୍ତ ଗ୍ରାମ—ଦାଣ୍ଡର ଦୁଇପାଖରେ ମହାଜନମାନଙ୍କର ଧାଡ଼ିମୂଳିଆ ଘର ଥାଏ ଏବଂ ଦୁଇଟି ଖଣ୍ଡିର ମଝିରେ ମେଲା ଜାଗା ବା ଦଣ୍ଡା ଥାଏ। ପ୍ରତ୍ୟେକ ଖଣ୍ଡିର ମୁଣ୍ଡରେ ସେ ଖଣ୍ଡିର ଗ୍ରାମଦେବତାଙ୍କ ମନ୍ଦିର ଥାଏ। ଖଣ୍ଡିମୁଣ୍ଡର ଦଣ୍ଡାରେ ଉକ୍ତ ଖଣ୍ଡିର ଯାନିଯାତ୍ରା ହୁଏ।]
  • ଦେ. ବିଣ (ଆଦରାର୍ଥକ) — ଏକସଂଖ୍ୟକ; ଗୋଟିଏ; ଖଣ୍ଡେ — Numbering one
  • ଦେ. ବିଣ (ଆଦରାର୍ଥକ) — ଖଣ୍ଡି ଅମ୍ବର ପରିଧାନ ବେଣୀ ପ୍ରବନ୍ଧେ କେଶମାନ—ଜଗନ୍ନାଥ, ଭାଗବତ।