ଖଣ୍ଡାଏତ Khaṇḍāeta
- ଦେ. ବି. — ଓଡ଼ିଶାର କ୍ଷତ୍ରିୟ ଜାତିବିଶେଷ — A Kshatriya caste in Orissa
- ଦେ. ବି. — [ଦ୍ର—ପୂର୍ବରେ ଯେଉଁମାନେ ରାଜ୍ୟର ଆପଦ ବିପଦବେଳେ ଖଣ୍ଡା ଧରି ବାହାରୁଥିଲେ ସେମାନଙ୍କୁ ଖଣ୍ଡାଏତ ଉପାଧି ଦିଆ ଯାଉ ଥିଲା। ସବୁ ଶ୍ରେଣୀର ଲୋକେ ଖଣ୍ଡାଏତ ଉପାଧି ପାଇ ପାରୁଥିଲେ। ଏଥିପାଇଁ ଏମାନେ ଜାଗିରି ପାଉଥିଲେ। ଆଜି ପର୍ଯ୍ୟନ୍ତ ଗୋପାଳ ଜାତିରେ ଖଣ୍ଡାଏତ ଜାଗିରି ଅଛି ଓ ଓଡ଼ମାନେ ଖଣ୍ଡାଏତଜାଗିରି ଭୋଗ କରୁଅଛନ୍ତି। ଆଳିରାଜାଙ୍କର ପାଇକ ସରଦାରମାନେ ଭିନ୍ନ ଭିନ୍ନ ଜାତୀୟ, ଯଥା—ଖଣ୍ଡାଏତ, ଗଉଡ଼, ମହ୍ଲା ଇତ୍ୟାଦି। ଏମାନଙ୍କ ଜାଗିରିର ନାମ ଖଣ୍ଡାଏତ ଏବଂ ଖଣ୍ଡାସରଦାର ଜାଗିରି। ଖଣ୍ଡାଏତ ଜାଗିରି ଗଉଡ଼ ମହ୍ଲା ପ୍ରଭୃତିଙ୍କୁ ଦିଆ ଯାଇଥିବାରୁ ସ୍ପଷ୍ଟ କହି ହେବ ଯେ 'ଖଣ୍ଡାଏତ' ଗୋଟିଏ ଉପାଧି ମାତ୍ର। ଆଉ ଗୋଟିଏ ପ୍ରମାଣ ଏହି ଯେ ଖଣ୍ଡାଏତ ଶଦ୍ଦର କୌଣସି ପୌରାଣିକ ବା ଐତିହାସିକ ସତ୍ତା ବା ଭିତ୍ତି ନାହିଁ। ପୁରାଣ ଓ ଇତିହାସ ମାନଙ୍କରେ ଚଷାର ଉଲ୍ଲେଖ ଅଛି; କିନ୍ତୁ 'ଖଣ୍ଡାଏତ'ର ଉଲ୍ଲେଖ ନାହିଁ। ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ସାରଳାଦାସ ପ୍ରଭୃତିଙ୍କ ଗ୍ରନ୍ଥରେ ଚଷାମାନଙ୍କର ଭୂରି ଭୂରି ଉଲ୍ଲେଖ ଅଛି; ମାତ୍ର ଖଣ୍ଡାଏତ ସମ୍ବନ୍ଧରେ କିଛି ବର୍ଣ୍ଣନା ନାହିଁ। ଆଜିକାଲି ଚଷା ବୋଲି ପରିଚୟ ଦେବାକୁ ଅନେକେ ଲଜ୍ଜା ବୋଧକରି ଖଣ୍ଡାଏତ ହୋଇଅଛନ୍ତି।— ଲକ୍ଷ୍ମୀନାରାୟଣ ସାହୁ—ଦୈନିକ ଆଶା 27।5।29 । — [ଦ୍ର—ପୂର୍ବରେ ଯେଉଁମାନେ ରାଜ୍ୟର ଆପଦ ବିପଦବେଳେ ଖଣ୍ଡା ଧରି ବାହାରୁଥିଲେ ସେମାନଙ୍କୁ ଖଣ୍ଡାଏତ ଉପାଧି ଦିଆ ଯାଉ ଥିଲା ସବୁ ଶ୍ରେଣୀର ଲୋକେ ଖଣ୍ଡାଏତ ଉପାଧି ପାଇ ପାରୁଥିଲେ ଏଥିପାଇଁ ଏମାନେ ଜାଗିରି ପାଉଥିଲେ ଆଜି ପର୍ଯ୍ୟନ୍ତ ଗୋପାଳ ଜାତିରେ ଖଣ୍ଡାଏତ ଜାଗିରି ଅଛି ଓ ଓଡ଼ମାନେ ଖଣ୍ଡାଏତଜାଗିରି ଭୋଗ କରୁଅଛନ୍ତି ଆଳିରାଜାଙ୍କର ପାଇକ ସରଦାରମାନେ ଭିନ୍ନ ଭିନ୍ନ ଜାତୀୟ, ଯଥା—ଖଣ୍ଡାଏତ, ଗଉଡ଼, ମହ୍ଲା ଇତ୍ୟାଦି ଏମାନଙ୍କ ଜାଗିରିର ନାମ ଖଣ୍ଡାଏତ ଏବଂ ଖଣ୍ଡାସରଦାର ଜାଗିରି ଖଣ୍ଡାଏତ ଜାଗିରି ଗଉଡ଼ ମହ୍ଲା ପ୍ରଭୃତିଙ୍କୁ ଦିଆ ଯାଇଥିବାରୁ ସ୍ପଷ୍ଟ କହି ହେବ ଯେ 'ଖଣ୍ଡାଏତ' ଗୋଟିଏ ଉପାଧି ମାତ୍ର ଆଉ ଗୋଟିଏ ପ୍ରମାଣ ଏହି ଯେ ଖଣ୍ଡାଏତ ଶଦ୍ଦର କୌଣସି ପୌରାଣିକ ବା ଐତିହାସିକ ସତ୍ତା ବା ଭିତ୍ତି ନାହିଁ ପୁରାଣ ଓ ଇତିହାସ ମାନଙ୍କରେ ଚଷାର ଉଲ୍ଲେଖ ଅଛି; କିନ୍ତୁ 'ଖଣ୍ଡାଏତ'ର ଉଲ୍ଲେଖ ନାହିଁ ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ସାରଳାଦାସ ପ୍ରଭୃତିଙ୍କ ଗ୍ରନ୍ଥରେ ଚଷାମାନଙ୍କର ଭୂରି ଭୂରି ଉଲ୍ଲେଖ ଅଛି; ମାତ୍ର ଖଣ୍ଡାଏତ ସମ୍ବନ୍ଧରେ କିଛି ବର୍ଣ୍ଣନା ନାହିଁ ଆଜିକାଲି ଚଷା ବୋଲି ପରିଚୟ ଦେବାକୁ ଅନେକେ ଲଜ୍ଜା ବୋଧକରି ଖଣ୍ଡାଏତ ହୋଇଅଛନ୍ତି— ଲକ୍ଷ୍ମୀନାରାୟଣ ସାହୁ—ଦୈନିକ ଆଶା27529
- ଦେ. ବି. — ଦ୍ର—ଖଣ୍ଡାଇତ, ଖଣ୍ଡାୟିତ, ଖଣ୍ଡାଏତ ଓ ଖଣ୍ଡାୟେତ ଏହି ସବୁ ଶଦ୍ଦ ମରହଟ୍ଟି ଭାଷାରେ ମଧ୍ୟ ଏହି ଅର୍ଥରେ ବ୍ଯବହୃତ ହୁଏ। ବିମ୍ସ୍ଙ୍କ ମତରେ ମରହଟ୍ଟାମାନେ ଓଡ଼ିଆଙ୍କଠାରୁ ଏ ଶଦ୍ଦ ସବୁ ଗ୍ରହଣ କରିଅଛନ୍ତି। ଖଣ୍ଡା ଓ କାଣ୍ଡ ଖଣ୍ଡାଏତର ସନ୍ତକ।]
- ଦେ. ବି. — ବିଶୋଇ (ଦେଖ) — Biṡoi (See)
- ଦେ. ବି. — ପ୍ରାଚୀନ ଉତ୍କଳରେ କ୍ଷୁଦ୍ର କ୍ଷୁଦ୍ର ଭୂଖଣ୍ଡର ରାଜା — Chiefs ruling over small tracts of country in ancient Orissa
- ଦେ. ବି. — ଓଡ଼ିଶାର ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ। ଫକୀରମୋହନ. ଛମାଣଆଠଗୁଣ୍ଠ।