ଖଣ୍ଡପ୍ରଳୟ Khaṇḍapraḻaya

  • ସଂ. ବି (କର୍ମଧା; ଖଣ୍ଡ+ପ୍ରଳୟ) — କ୍ଷୁଦ୍ର ପ୍ରଳୟ; ଏକଦେଶବ୍ୟାପୀ ପ୍ରଳୟ — A partial destruction of the created universe; a cataclysm
  • ସଂ. ବି (କର୍ମଧା; ଖଣ୍ଡ+ପ୍ରଳୟ) — [ଦ୍ର—ବ୍ରହ୍ମା ସକାଳେ ସୃଷ୍ଟିକରି ସନ୍ଧ୍ୟାରେ ଯେଉଁ ପ୍ରଳୟ କରନ୍ତି ତାହାର ନାମ 'ଖଣ୍ଡପ୍ରଳୟ'; ଏହାକୁ ଦୈନନ୍ଦିନ ପ୍ରଳୟ ମଧ୍ୟ କୁହାଯାଏ। ଏଥିରେ ସୃଷ୍ଟିର ପ୍ରାଣୀମାନେ ଲୟ ପ୍ରାପ୍ତ ହୁଅନ୍ତି; ସୂର୍ଯ୍ୟଙ୍କ ତେଜ ସହସ୍ର ଗୁଣ ବଢ଼ିଯାଏ ଓ ରୁଦ୍ର ସମସ୍ତ ପ୍ରାଣୀଙ୍କୁ ସଂହାର କରନ୍ତି।]
  • ସଂ. ବି (କର୍ମଧା; ଖଣ୍ଡ+ପ୍ରଳୟ) — କଳହ — A quarrel. (M.W.)