ଖଜୁରି Khajuri
- ଦେ. ବି (ସଂ. ଖର୍ଜୂରି) — ତାଳାଦି ଶ୍ରେଣୀର ଦେଶୀର ଡେଙ୍ଗା ବୃକ୍ଷ ଓ ତହିଁର କୋଳି — The date-palm and its berries; the wild date Phoenix Sylvestris; Indian date-palm (Haines)
- ଦେ. ବି (ସଂ. ଖର୍ଜୂରି) — [ଦ୍ର—ଏହାର କୋଳିରେ ଚୋପା ଓ ମାସଂ ଅତି କମ୍; ତଥାପି ଏହା ପାଚିଲେ ପିଲାମାନେ ଓ ଇତରଲୋକେ ଖାଆନ୍ତି। ଗଛରେ ଅସଂଖ୍ୟ ଫଳ ପେନ୍ଥା ପେନ୍ଥା ହୋଇ ଫଳେ। ପ୍ରଥମେ ନେଳି; ପରେ ହଳଦିଆ; ପୂର୍ଣ୍ଣରୂପେ ପାଚିଗଲେ ନାଲି ହୁଏ। ଏହି ଗଛର ପତ୍ର ସରୁ ଓ ଭାରି ମୁନିଆଁ। ଏହାର ଛାଲି ବା ଡାଳରେ ପିଞ୍ଚ (ବା ଗୋରୁଙ୍କ ଦେହରୁ ମାଛି ଉଡ଼ାଇବା ପାଇଁ ଓ ଧାନଗଛକୁ ଗୋରୁଙ୍କ ମୁହଁରୁ ରକ୍ଷା କରିବା ପାଇଁ ଗୋବର ଛାଟିବା ନିମନ୍ତେ ଚାମର) ଓ ଛାଞ୍ଚୁଣୀ ହୁଏ। ଏଥିର ପତ୍ରରେ ଏକପ୍ରକାର ଆସନ ବା ପଟି ଘୁଷୁରିଆଜାତୀୟ ସ୍ତ୍ରୀଲୋକେ ବୁଣନ୍ତି; ଏହାର କନ୍ଦା ବା ବୃକ୍ଷାଗ୍ରର କୋମଳ କନ୍ଦ ସୁଖାଦ୍ୟ ଓ ମିଠା । ଆମ ଦେଶରେ ସିଅଳମାନେ ଏ ଗଛର ବେକ କାଟି ସେଥିରୁ ରସ ବାହାର କରନ୍ତି। ସେ ରସର ନାମ ତାଡ଼ି। ଖରା ବାଜିଗଲେ ଏ ରସ ଭାରି ମାଦକ ହୁଏ। ଏହି ତାଡ଼ିକୁ ଇତରଲେକେ ମଦ କହନ୍ତି। ଏହି ତାଡ଼ି ସରକାରଙ୍କ ମାଦକଦ୍ରବ୍ୟ— ତାଲିକାର ଅନ୍ତର୍ଭୁକ୍ତ; ତେଣୁ ଗଛରୁ ତାଡ଼ି ବାହାର କରିବା ଓ ବିକ୍ରି କରିବା ନିମନ୍ତେ ସରକାର କର ନିଅନ୍ତି। ଏଥିର ରସରୁ ବଙ୍ଗଦେଶରେ ଗୁଡ଼ ଓ ଚିନି ତିଆରି ହୁଏ। ବଙ୍ଗଦେଶରେ ଖଜୁରିରସ ପିଇବା ସମ୍ବନ୍ଧେ ସେତେ ବାରଣ ନାହିଁ। କିନ୍ତୁ ଆମ ଦେଶରେ ପାଣ, କଣ୍ଡରା, ବାଉରୀ, ଡମ, ଚମାର, ହାଡ଼ିଆଦି ଛୋଟଜାତୀୟ ଲୋକଙ୍କ ଛଡ଼ା ଅନ୍ୟମାନେ ପ୍ରକାଶ୍ୟରେ ଏହା ସେବନ କଲେ ଜାତି ହରାନ୍ତି।
- ଦେ. ବି (ସଂ. ଖର୍ଜୂରି) — ଖଜୁରିଗଛ ଦୁଇ ପ୍ରକାର ଯଥା—( 1 ) ବଡ଼ ଖଜୁରି; ( 2 ) ଭୂଇଁ ଖଜୁରୀ। ସିନ୍ଧୁ, ଆରବ, ପାରସ୍ୟ, ମିସର ଆଦି ଦେଶରେ ଖଜୁରିଫଳ ଖୁବ୍ ମିଠା ଓ ମାଂସଳ; ଏହାକୁ ପିଣ୍ଡଖର୍ଜୂର କହନ୍ତି। ନେପାଳ ତରାଇ ପ୍ରଦେଶରେ ହାତେ ଦେଢ଼ହାତ ଉଚ୍ଚ ଗଛରେ ଫଳିବା ଖଜୁରିକୋଳି ଛୋଟ ଛୋଟ ଓ ଏଥିର ମଞ୍ଜି ଅତି ବଡ଼ ଓ ଶଷ ଖୁବ୍ କମ୍ ଥାଏ। ଆଉ ଏକପ୍ରକାର ଖଜୁରିଫଳ ଦ୍ରାକ୍ଷାପରି ଆକୃତିବିଶିଷ୍ଟ, ଏହା ଦ୍ୱୀପାନ୍ତରରୁ ଏ ଦେଶକୁ ଆସେ; ଏହାକୁ ଛୁଆରା କହନ୍ତି। ପଶ୍ଚିମଦେଶୀୟ ପାଚିଲା ଖଜୁରିଫଳକୁ ଶୁଖାଇ କାବୁଲିମାନେ ବିକନ୍ତି। ଏହାକୁ ଖୁର୍ମା କହନ୍ତି। ବୈଦ୍ୟଶାସ୍ତ୍ର ଅନୁସାରେ ଖଜୁରିକୋଳି ଶୀତବୀର୍ଯ୍ଯ, ମଧୁରରସ, ମଧୁରିବିପାକ, ସ୍ନିଗ୍ଧ, ରୁଚିକର, ହୃଦୟଗ୍ରାହୀ, କ୍ଷତ ଓ କ୍ଷୟନାଶକ, ରକ୍ତପିତ୍ତ— ନାଶକ, ପୁଷ୍ଟିକର, ବିଷ୍ଟମ୍ଭି, ଶୁକ୍ରବର୍ଦ୍ଧକ ଓ ବଳକାରକ। ଏହା କୋଷ୍ଠଗତବାୟୁ, ବମି, ବାତଶ୍ଳେଷ୍ମଦୋଷ, ଜ୍ୱର, ଅତିସାର, କ୍ଷୁଧା, ତୃଷ୍ଣା, କାଶ, ଶ୍ୱାସ, ମତ୍ତତା, ମୂର୍ଚ୍ଛା, ମଦାତ୍ୟୟ ଓ ବାତପିତ୍ତ— ନାଶକ, ଖଜୁରିରସ ମତ୍ତତାଜନକ, ପିତ୍ତତାଜନକ, ପିତ୍ତକାରକ,ବାତଘ୍ନ, କଫ— ନାଶକ, ରୂଚିଜନକ, ଅଗ୍ନିଦୀପକ, ବଳକର ଓ ଶୁକ୍ରବର୍ଦ୍ଧକ।] — ଖଜୁରିଗଛ ଦୁଇ ପ୍ରକାର ଯଥା—(1) ବଡ଼ ଖଜୁରି; (2) ଭୂଇଁ ଖଜୁରୀ ସିନ୍ଧୁ, ଆରବ, ପାରସ୍ୟ, ମିସର ଆଦି ଦେଶରେ ଖଜୁରିଫଳ ଖୁବ୍ ମିଠା ଓ ମାଂସଳ; ଏହାକୁ ପିଣ୍ଡଖର୍ଜୂର କହନ୍ତି ନେପାଳ ତରାଇ ପ୍ରଦେଶରେ ହାତେ ଦେଢ଼ହାତ ଉଚ୍ଚ ଗଛରେ ଫଳିବା ଖଜୁରିକୋଳି ଛୋଟ ଛୋଟ ଓ ଏଥିର ମଞ୍ଜି ଅତି ବଡ଼ ଓ ଶଷ ଖୁବ୍ କମ୍ ଥାଏ ଆଉ ଏକପ୍ରକାର ଖଜୁରିଫଳ ଦ୍ରାକ୍ଷାପରି ଆକୃତିବିଶିଷ୍ଟ, ଏହା ଦ୍ୱୀପାନ୍ତରରୁ ଏ ଦେଶକୁ ଆସେ; ଏହାକୁ ଛୁଆରା କହନ୍ତି ପଶ୍ଚିମଦେଶୀୟ ପାଚିଲା ଖଜୁରିଫଳକୁ ଶୁଖାଇ କାବୁଲିମାନେ ବିକନ୍ତି ଏହାକୁ ଖୁର୍ମା କହନ୍ତି ବୈଦ୍ୟଶାସ୍ତ୍ର ଅନୁସାରେ ଖଜୁରିକୋଳି ଶୀତବୀର୍ଯ୍ଯ, ମଧୁରରସ, ମଧୁରିବିପାକ, ସ୍ନିଗ୍ଧ, ରୁଚିକର, ହୃଦୟଗ୍ରାହୀ, କ୍ଷତ ଓ କ୍ଷୟନାଶକ, ରକ୍ତପିତ୍ତ— ନାଶକ, ପୁଷ୍ଟିକର, ବିଷ୍ଟମ୍ଭି, ଶୁକ୍ରବର୍ଦ୍ଧକ ଓ ବଳକାରକ ଏହା କୋଷ୍ଠଗତବାୟୁ, ବମି, ବାତଶ୍ଳେଷ୍ମଦୋଷ, ଜ୍ୱର, ଅତିସାର, କ୍ଷୁଧା, ତୃଷ୍ଣା, କାଶ, ଶ୍ୱାସ, ମତ୍ତତା, ମୂର୍ଚ୍ଛା, ମଦାତ୍ୟୟ ଓ ବାତପିତ୍ତ— ନାଶକ, ଖଜୁରିରସ ମତ୍ତତାଜନକ, ପିତ୍ତତାଜନକ, ପିତ୍ତକାରକ,ବାତଘ୍ନ, କଫ— ନାଶକ, ରୂଚିଜନକ, ଅଗ୍ନିଦୀପକ, ବଳକର ଓ ଶୁକ୍ରବର୍ଦ୍ଧକ]
- ଦେ. ବି (ସଂ. ଖର୍ଜୂରି) — ଖଜୁରି ଗଛର କି ଗୁଣ ବାହୁନିବି ମୂଳରୁ ପାହାଚ ପାହାଚ। ପ୍ରବଚନ।
- ଦେ. ବି (ସଂ. ଖର୍ଜୂରି) — ଗଜା; ଏକ ପ୍ରକାରର ମସକା ଘୃତପକ୍ୱ ମିଠାଇ — A kind of fagile sweetmeat