ଖଙ୍କାରଖା Khaṅkārakhā

  • ଦେ. ବି. (ଧ୍ୱନ୍ୟନୁକରଣ) — ଖଣ୍ଡିକାଶ କାଶିବାଦ୍ୱାରା ଗଳାର କାନ୍ଥିରେ ଲାଗିଥିବା କଫକୁ ପରିଷ୍କାର କରିବା; ଗଳା ମଧ୍ୟରେ ବସିଥିବା ଖଙ୍କାର ବା କଫର ସ୍ତରକୁ ଗଳାଧଃକରଣ କରି ଗଳାକୁ ପରିଷ୍କାର ରଖିବା ଉଦ୍ଦେଶ୍ୟରେ ମନୁଷ୍ୟ ଯେଉଁ ଖଣ୍ଡିକାଶ କାଶେ — Hawking; clearing the wall of the throat of its layer of phlegm by coughing
  • ଦେ. ବି. (ଧ୍ୱନ୍ୟନୁକରଣ) — [ଦ୍ର—ଗଳାର କାନ୍ଥିରେ କଫର ସ୍ତର ବସିଗଲେ ମନୁଷ୍ୟର ସ୍ୱର ପରିଷ୍କାର ଶୁଣାଯାଏ ନାହିଁ। ଏଥିପାଇଁ ସ୍ପଷ୍ଟ ବା ଉଚ୍ଚତର ସ୍ୱରରେ କଥା କହିବା ପାଇଁ ଲୋକେ ଖଣ୍ଡିକାଶ କାଶି ଉକ୍ତ ଖଙ୍କାର— ସ୍ତରକୁ ଗଳାଧଃକରଣ କରନ୍ତି ଏବଂ ବେଳେ ବେଳେ ତାହା ପାଟିବାଟେ ବାହାରକୁ ବାହାର କରି ପକାନ୍ତି।]
  • ଦେ. ବି. (ଧ୍ୱନ୍ୟନୁକରଣ) — ଅନ୍ଯ ବ୍ଯକ୍ତିକୁ ସାବଧାନ କରିବା କିମ୍ବା ଆପଣାର ଉପସ୍ଥିତି ଅନ୍ୟକୁ ଜଣାଇବା ପାଇଁ ସମୟ ସମୟ ମନୁଷ୍ୟ ଗଳାରୁ ଖଙ୍କାର ପରଷ୍କାର କରିବା ପରି କରିବା ଶବ୍ଦ — The sound of clearing the throat produced by a person to make his presence known to others