ଖଗବୁଲିବାକୁ ଥାନ ନ ହେବା Khagabulibāku thāna na hebā
- ଦେ. ବି.—(କୁମ୍ଭୀରକୁ ଲକ୍ଷ କରି) — (ଲକ୍ଷଣାର୍ଥ) ଚଳ— ପ୍ରଚଳ ହେବା ପାଇଁ ଯଥେଷ୍ଟ ସ୍ଥାନ ନ ଥିବା — (figurative) The state of having no sufficient scope to move about freely
- ଦେ. ବି.—(କୁମ୍ଭୀରକୁ ଲକ୍ଷ କରି) — (ଲକ୍ଷଣାର୍ଥ) ମନ ଇଚ୍ଛା ବ୍ଯୟ କରିବାକୁ ଅର୍ଥର ଅନାଟନ ହେବା — (figurative) the state of not having enough money to spend
- ଦେ. ବି.—(କୁମ୍ଭୀରକୁ ଲକ୍ଷ କରି) — (ଲକ୍ଷଣାର୍ଥ) ନିଜର ମନ ମୁତାବକ୍ କାମ କରିବାକୁ ସୁବିଧା ନ ମିଳିବା — (figurative) want of opportunities to do as one likes
- ଦେ. ବି.—(କୁମ୍ଭୀରକୁ ଲକ୍ଷ କରି) — [ଦ୍ର—କୁମ୍ଭୀରର ଶରୀର ଅପେକ୍ଷା ଖଗଟି ବଡ଼ ଥିବାରୁ ଯଥେଷ୍ଟ ଆୟତନର ଜଳ ନ ହେଲେ କୁମ୍ଭୀର ସ୍ୱଚ୍ଛନ୍ଦରେ ପହଁରି ପାରେ ନାହିଁ କିମ୍ବା ଜୀବଙ୍କୁ ଲକ୍ଷ କରି ଖଗକୁ ପିଟିବା ପାଇଁ ସୁବିଧା ପାଏ— ନାହିଁ।]