ଖଇଚଡ଼ା Khaichaṟḍ̠ā

  • ଦେ. ବି. — ଦରଫୁଟା ଖଇ; ମୁଡ଼ୁକା ଖଇ — Paddy which has been left half-fried
  • ଦେ. ବି. — [ଦ୍ର—ଧାନକୁ ଭାଜିଲେ ସେଥିରୁ ଯାହା ଉତ୍ତମ— ରୂପେ ଫୁଟିଯାଏ ତାକୁ ଖଇ ବୋଲାଯାଏ। ଯାହା ଉତ୍ତମରୂପେ ନ ଫୁଟି ଅର୍ଦ୍ଧ ଖଇ ଅବସ୍ଥାରେ ଧାନଖୋଳପା ମଧ୍ୟରେ ଲାଗିରହିଥାଏ, ତାକୁ ଖଇଚଡ଼ା କହନ୍ତି। ଏ ଗୁଡ଼ିକ ସହଜରେ ଧାନରୁ ପୃଥକ୍ କରାଯାଇପାରେ ନାହିଁ। ଉକ୍ତ ଖଇଚଡ଼ା ଗୁଡ଼ିକ ଢ଼ିଙ୍କିରେ କୁଟି ପାଛୁଡ଼ି ଦେଲେ ଧାନ ଚୋପାଗୁଡ଼ିକ ସ୍ୱତନ୍ତ୍ର ହୋଇଯାଏ ଓ ଖଇଚଡ଼ା ଗୁଡ଼ିକ ଚୁଡ଼ା ପରି ବାହାରେ।
  • ଦେ. ବି. — ଅନେକ ସ୍ଥଳରେ ଧାନକୁ ଭାଜିବାପରେ ଖଇ ମିଶା ଧାନକୁ ହାତରେ ସମାନ୍ୟଭାବରେ ମଳି ଦେଲେ ଖଇରୁ ଧାନଚୋପା ଗୁଡ଼ିକ ଅଲଗା ହୋଇଯାଏ। ସେ ଗୁଡ଼ିକ ସାଧାରଣତଃ ଲୋକେ ଫୋପାଡ଼ି ଦିଅନ୍ତି ଏବଂ ଅତି ଗରିବ ବା ହୀନଦୃଷ୍ଟିର ଲୋକେ ଏହାକୁ ଖାଆନ୍ତି।]