ଖଇ ଫୁଟିବା Kshai phūṭibā
- ଦେ. କ୍ରି — ଖଇ ଭାଜିଲାବେଳେ ଅଗ୍ନି ଉପରେ ବସିଥିବା ହାଣ୍ଡି ମଧ୍ୟରେ ଧାନଯାକ ଉତ୍ତାପ ଯୋଗେ ଯେଉଁପରି ଚଡ଼ ଚଡ଼ ଶବ୍ଦ କରି ଇତସ୍ତତଃ ବହୁ ସଂଖ୍ୟାରେ ଡ଼େଇଁ ଉଠୁଥାଏ ସେହିପରି ଅପର୍ଯ୍ୟାପ୍ତରୂପେ ଡ଼େଇଁବା। — To frisk about all over the place like paddy while being fried
- ଦେ. କ୍ରି — [ଦ୍ର—ଅନେକଗୁଡ଼ିଏ ଛୋଟ ମାଛ ଅଳ୍ପ ପାଣିରେ ପଡ଼ିଗଲେ କିମ୍ବା ପାଣି ଶୁଖିଲେ ହାଣ୍ଡିରେ ଖଇ ଫୁଟିବା ପରି ମାଛମାନେ ଉପର୍ଯ୍ୟୁପରି ଡ଼ିଅନ୍ତି ଓ ଲୋକେ କହନ୍ତି—ସେଠାରେ ମାଛ ଖଇ ଫୁଟୁଛନ୍ତି]
- ଦେ. କ୍ରି — ବିଶେଷ ଉଷ୍ଣ ହେବା (ଏପରି ଉଷ୍ଣତା ଯେ ଯାହାଦ୍ୱାରା ଧାନକୁ ଭାଜିଲେ ଖଇ ହୋଇ ପାରେ; ଦେହରେ ଜ୍ୱରର ତାପ ଖୁବ୍ ବୃଦ୍ଧି ପାଇଲେ ଲୋକେ କହନ୍ତି—ତା ଦେହରେ ଜର ବା ତାତି ଖଇ ଫୁଟୁଛି) — To be exceedingly warm or hot (said of a body heated with high fever and temperature)
- ଦେ. କ୍ରି — ଖଇ ଭାଜିଲାବେଳେ ଯେପରି ଉପର୍ୟ୍ଯୁପରି ଚଡ଼ ଚଡ଼ ଶବ୍ଦ ହୁଏ, ସେହିପରି ବେତରେ ଉପର୍ଯ୍ୟୁପରି ପ୍ରହାର କରିବା — (strokes) To sound like the cracking sound of paddy while being fried
- ଦେ. କ୍ରି — (ଯଥା—ମାଡ଼ରେ ତା ଦିହରେ ଖଇ ଫୁଟିଲା।)
- ଦେ. କ୍ରି — ଖଇ ଭାଜିଲାବେଳେ ଧାନ ଫାଟିଯାଇ ଯେପରି ଅତି ଚଞ୍ଚଳ ଚଞ୍ଚଳ ଟୁକ୍ଟାକ୍ ଶବ୍ଦ ହୁଏ, ସେହିପରି ଶବ୍ଦ କରିବା — To emit a cracking sound (like paddy while being fried)