କଡ଼ ମାଡ଼ିବା Kaṟḍ̠a māṟḍ̠ibā

  • ଦେ. କ୍ରି. — ଅଣେଇ ହୋଇ ଶୋଇବା; ଅଙ୍ଗର ଗୋଟିଏ ପାଖକୁ ଭୂମିରେ ଲଗାଇବା — To lie on one side
  • ଦେ. କ୍ରି. — ବସାକୁ ଆସି ସୁଖେ ତୁଳି ଶେଯ ପାଡ଼ି ଶୋଇଲେ ଆହେ ମହୀସାଇଁ କଡ଼ ମାଡ଼ି। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
  • ଦେ. କ୍ରି. — କୌଣସି ବ୍ଯକ୍ତିର ପାଖକୁ ଯିବା — To come to the side of a person
  • ଦେ. କ୍ରି. — (ଯଥା—ଆଜିକୁ ଚାରି ଦିନ ହେଲା ସେ ମୋ କଡ଼ ମାଡ଼ୁ ନାହିଁ।)