କ୍ଷୟାତିଥି Kshayātithi

  • ଦେ. ବି. (ସଂ. କ୍ଷୟତିଥି) — (ଜ୍ୟୋତିଷ) ସୌରମାନ ମାସ ସଙ୍ଗେ ଚାନ୍ଦ୍ରମାନ ମାସର ଗଣନାର ସାମ୍ୟ ରକ୍ଷା କରିବା ସକାଶେ ଯେଉଁ ତିଥି ତହିଁର ପୂର୍ବ ତିଥି ସଙ୍ଗେ ଏକ ଦିନ ମଧ୍ୟରେ ଗଣନା କରାଯାଏ — (astronomy) A lunar day which is excluded from successive computation of tithis for the adjustment of the lunar and the solar calendars
  • ଦେ. ବି. (ସଂ. କ୍ଷୟତିଥି) — [ଦ୍ର—ସୂର୍ଯ୍ୟ ଠିକ୍ 24 ଘଣ୍ଟାରେ ପୃଥିବୀକୁ ଥରେ ବୁଲି ଆସନ୍ତି। ଚନ୍ଦ୍ର ଥରେ ପୃଥିବୀକୁ ବୁଲିବାକୁ 23 ଘଣ୍ଟା 36 ମିନିଟ୍ ଲାଗେ। 1 ସୌରମାସ 30 ସାବନ ଦିନ ଓ 1 ଚାନ୍ଦ୍ର ମାସ— 29. 512 ଦିନ ବା ସୌର ଦିବସ= 30 ତିଥି। ସୌର ମାସଠାରୁ ଚାନ୍ଦ୍ର ମାସ 0.488 ଦିନ ବା 11 ଘଣ୍ଟା 13 ମିନିଟ୍ କମ୍। ଚାନ୍ଦ୍ର ତିଥି ଓ ସୌର ଦିନମଧ୍ୟରେ ଏହ ପାର୍ଥକ୍ୟକୁ ମିଳାଇବା ପାଇଁ 62 ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଛାଡ଼ି ଦିଆଯାଏ। ଏହି କଟାଯିବା ବା ଗଣନା କରା ନ ଯିବା ତିଥିକୁ କ୍ଷୟାତିଥି ବୋଲାଯାଏ। ଆଜି ଦ୍ୱିତୀଆ ହେଲା, କାଲି ଦିନ— ହିସାବରେ ତୃତୀୟା ତିଥି ହୁଅନ୍ତା; କିନ୍ତୁ ତୃତୀୟାକୁ କ୍ଷୟାତିଥି କଲେ କାଲି ତୃତୀୟା ନ ହୋଇ ଚତୁର୍ଥୀ ହେବ। ପ୍ରତି ବାଆଷଠି ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ— ସଂଖ୍ୟାମଧ୍ୟରେ ସମତା ରକ୍ଷା କରାଯାଏ। ଯୋଗେଶ୍ଚନ୍ଦ୍ର. ଆମାଦେର ଜ୍ୟୋତିଷ ଓ ଜ୍ୟୋତିଷୀ।] — [ଦ୍ର—ସୂର୍ଯ୍ୟ ଠିକ୍24ଘଣ୍ଟାରେ ପୃଥିବୀକୁ ଥରେ ବୁଲି ଆସନ୍ତି ଚନ୍ଦ୍ର ଥରେ ପୃଥିବୀକୁ ବୁଲିବାକୁ23ଘଣ୍ଟା36ମିନିଟ୍ ଲାଗେ1ସୌରମାସ30ସାବନ ଦିନ ଓ1ଚାନ୍ଦ୍ର ମାସ—29. 512ଦିନ ବା ସୌର ଦିବସ=30ତିଥି ସୌର ମାସଠାରୁ ଚାନ୍ଦ୍ର ମାସ0.488ଦିନ ବା11ଘଣ୍ଟା13ମିନିଟ୍ କମ୍ ଚାନ୍ଦ୍ର ତିଥି ଓ ସୌର ଦିନମଧ୍ୟରେ ଏହ ପାର୍ଥକ୍ୟକୁ ମିଳାଇବା ପାଇଁ62ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଛାଡ଼ି ଦିଆଯାଏ ଏହି କଟାଯିବା ବା ଗଣନା କରା ନ ଯିବା ତିଥିକୁ କ୍ଷୟାତିଥି ବୋଲାଯାଏ ଆଜି ଦ୍ୱିତୀଆ ହେଲା, କାଲି ଦିନ— ହିସାବରେ ତୃତୀୟା ତିଥି ହୁଅନ୍ତା; କିନ୍ତୁ ତୃତୀୟାକୁ କ୍ଷୟାତିଥି କଲେ କାଲି ତୃତୀୟା ନ ହୋଇ ଚତୁର୍ଥୀ ହେବ ପ୍ରତି ବାଆଷଠି ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ— ସଂଖ୍ୟାମଧ୍ୟରେ ସମତା ରକ୍ଷା କରାଯାଏ ଯୋଗେଶ୍ଚନ୍ଦ୍ର. ଆମାଦେର ଜ୍ୟୋତିଷ ଓ ଜ୍ୟୋତିଷୀ]