କ୍ଷେପିବା Kshepibā
- ଦେ. କ୍ରି. (ସଂ. କ୍ଷିପ ଧାତୁ) — କ୍ଷେପଣ କରିବା; ନିକ୍ଷେପ କରିବା; ଫିଙ୍ଗିବା; ଫୋପାଡ଼ିବା — To throw; to hurl down; to ejaculate
- ଦେ. କ୍ରି. (ସଂ. କ୍ଷିପ ଧାତୁ) — କ୍ଷେପିଲେ କୁସୁମ ଅବନୀ କେଶେ—ରାଧାନାଥ।
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଡିଆଁମାରିବା; କୁଦାମାରିବା — To jump or spring up
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ପାଦ ଅଗ୍ରେ ସେ ଚାଲଇ କ୍ଷେପିଣ—ପ୍ରାଚୀ. ପରଚେଗୀତା।
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଡିଆଁମାରି ଅତିକ୍ରମ କରିବା — To pass or cover a distance by jumping over it or by making big jumps
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଏହା ଶୁଣି ହନୁ ଆକାଶେ କ୍ଷେପିଗଲେ—କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ନଡ଼ିଆ ଗଛ ଆଦିରେ ଖେପା ସାହାଯ୍ୟରେ ଚଢ଼ିବା — To climb straight trees with the help of a noose attached to the two legs
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଖୁଣ୍ଟଣି ଦ୍ୱାରା ଉଚ୍ଚ ଆମ୍ବଗଛରୁ ଆମ୍ବ ପାରିବା — To pluck mangoes from a high tree with the help of a net basket attached to a long pole
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଅତି ଜୋର୍ରେ ଦଉଡ଼ିବା — To run very swiftly on all fours
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଉଦରକୁ ଖାଦ୍ୟାଦି ଶୀଘ୍ର ଶୀଘ୍ର ନିକ୍ଷେପ କରିବା — To eat voraciously and quickly every thing placed before one
- ଦେ. କ୍ରି. (ସଂ. କ୍ଷିପ ଧାତୁ) — ଶୂନ୍ଯକୁ ଉହୁଙ୍କିବା; ଆକାଶକୁ, ଶୂନ୍ଯକୁ ବା ଉପରକୁ ଲମ୍ଫ ଦେବା ବା ଉଠିବା — To rise up in the air; to surge up