କ୍ଷେପା Kshepā

  • ଦେ. ବି. (ସଂ. କ୍ଷେପଣିକା) — ଫିଙ୍ଗାଜାଲ; ଭଉଁରୀ ଜାଲ — A casting net
  • ଦେ. ବି. (ସଂ. କ୍ଷେପଣିକା) — ନଡ଼ିଆ ଗଛ ଆଦିରେ ଚଢ଼ିବା ସମୟରେ ଚଢ଼ାଳିର ଗୋଡ଼ଦ୍ୱୟକୁ ଛନ୍ଦି ଅଟକାଇ ରଖିବା ନିମନ୍ତେ ବ୍ଯବହୃତ ଦଉଡ଼ି ବା ଫାଶ — The noose used by those who climb on straight-trunked trees to keep the legs tightly twisted to the trunk
  • ଦେ. ବି. (ସଂ. କ୍ଷେପଣିକା) — ଖୁଣ୍ଟୁଣି; ଉଚ୍ଚ ଆମ୍ବଗଛରୁ ଆମ୍ବ ପାରିବା ନିମନ୍ତେ ବ୍ଯବହୃତ ଲଗୀର ଅଗରେ ଲାଗିଥିବା ଭୋଗେଇ ଆକାରର ଜାଲ ବା ମୁଣୀ — A net-work basket attached to a large bamboo-pole to have the mango, plucked from a high tree, deposited inside the net
  • ଦେ. ବି. (ସଂ. କ୍ଷେପଣିକା) — [ଦ୍ର—ଖୁଣ୍ଟୁଣି; ଆମ୍ବ ତୋଳିଲେ ଆମ୍ବଟି ତୋଳା ହେଲା ପରେ ତଳେ ନ ପଡ଼ି ସେହି ଥଳି ଭିତରେ ରହିଯାଏ।]
  • ଦେ. ବି. (ସଂ. କ୍ଷେପଣିକା) — ଡେଇଁ ବା; କୁଦିବା — Springing up; jumping high in the air
  • ଦେ. ବି. (ସଂ. କ୍ଷେପଣିକା) — ଘୋଡ଼ା, ଗାଈ ଇତ୍ୟାଦି ଚରିବା ସମୟରେ ଦୂରକୁ ପଳାଇ ନ ଯିବେ ବୋଲି ସେମାନଙ୍କ ଦୁଇ ଆଗଗୋଡ଼ ଛନ୍ଦା ହୋଇଥିବା ଦଉଡ଼ି — A string for tying the fore legs of a horse or cattle while let out to graze, so that it may not run away
  • ଦେ. ବି. (ସଂ. କ୍ଷେପଣିକା) — ଘୋଡ଼ା ବା ମନୁଷ୍ୟଙ୍କର ଛାଡ଼ତକ୍ ଦଉଡ଼ — Running on all fours; gallop
  • ଦେ. ବି. (ସଂ. କ୍ଷେପଣିକା) — ନିକ୍ଷେପ — A cast; a throw (as of a fishing net)
  • ଦେ. ବି. (ସଂ. କ୍ଷେପଣିକା) — ଥରେ ଗୁଡ଼ିଏ ପଣ୍ୟ ଦ୍ରବ୍ୟ ନେଇ ବିଦେଶକୁ ଯାଇ ତାହା ନଗଦ ବିକ୍ରି କରି ଦେଇ ଫେରି ଆସିବା — A trading trip for selling commodities in cash by going to a distant country with a consignment
  • ଦେ. ବି. (ସଂ. କ୍ଷେପଣିକା) — ବଢ଼ିଲାନଈରେ ଭାସି ଯାଉଥିବା କାଠଖଣ୍ଡମାନ ଧରିବା ନିମନ୍ତେ ବ୍ଯବହୃତ ଲମ୍ବରଜ୍ଜୁ ଲାଗିଥିବା ଅଙ୍କୁଶା — A hook or harpoon attached to a long rope for throwing into a flooded river to catch and bring logs of wood etc flowing down the river
  • ଦେ. ବି. (ସଂ. କ୍ଷେପଣିକା) — ଉହୁଙ୍କା — High leap; surging up