କ୍ଷେତ୍ରପରିମାଣ Kshetraparimāṇa

  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ପରିମାଣ) — କୌଣସି କ୍ଷେତ୍ରର କ୍ଷେତ୍ରଫଳ — Area of a field
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ପରିମାଣ) — କୌଣସି ଭୂଖଣ୍ଡକୁ ମାପ କରି ତହିଁର ପରିମାଣ ନିର୍ଣ୍ଣୟ — Ascertainment of the area of a field
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ପରିମାଣ) — କ୍ଷେତ୍ରାଦିର ପରିମାଣ ନିର୍ଣ୍ଣୟାତ୍ମକ ବିଜ୍ଞାନ — Mensuration
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ପରିମାଣ) — ବ୍ୟାବହାରିକ ଜ୍ୟାମିତି — Practical geometry
  • ସଂ. ବି. ( 6 ଷ୍ଠୀ ତତ୍; କ୍ଷେତ୍ର+ପରିମାଣ) — [ଦ୍ର—ଗ୍ରୀକ୍ମାନେ କ୍ଷେତ୍ରତତ୍ତ୍ୱ ଓ କ୍ଷେତ୍ରପରିମାଣ ଶାସ୍ତ୍ରର ଆବିଷ୍କର୍ତ୍ତା ବୋଲି ପୂର୍ବେ ସଭ୍ୟଜଗତ ବିଶ୍ୱାସ କରୁଥିଲା। କିନ୍ତୁ ଭାରତବର୍ଷରେ ଖ୍ରୀ: ପୂର୍ବ ତ୍ରୟୋଦଶ ଶତାଦ୍ଦିର କିଛି ପୂର୍ବେ ବା ପରେ ସଂସ୍କୃତ ଭାଷାରେ ଜ୍ୟୋତିଷ ସୂତ୍ରାକାରରେ ରଚିତ ହୋଇଥିଲା। ସେହି କାଳର 'କ୍ଷେତ୍ର ବ୍ଯବହାର' ବିଷୟକ 'ସୂତ୍ରଗ୍ରନ୍ଥ' ମିଳିଅଛି। କଳ୍ପସୂତ୍ରର ଅନ୍ତର୍ଗତ ଶୁଲ୍ୱସୂତ୍ର ଦେଖି ପୂର୍ବର ବିଶ୍ୱାସ ପରିତ୍ୟକ୍ତ ହୋଇଅଛି। ବୈଦିକ ଯଜ୍ଞାନୁଷ୍ଠାନରେ ନାନାବିଧ ଯଜ୍ଞକୁଣ୍ତ ଓ ଯଜ୍ଞବେଦୀ ନିର୍ମାଣ କରିବାକୁ ପଡ଼ୁଥିଲା। ତୈତ୍ତିରୀୟ ସଂହିତାରେ ବିଭିନ୍ନକାର ଯଜ୍ଞବେଦୀର ବର୍ଣ୍ଣନା ଅଛି। ବୌଧାୟନ ଓ ଆପସ୍ତମ୍ଭ ଶୁଲ୍ୱସୂତ୍ରରେ, କାତ୍ୟାୟନଙ୍କ ଶୁଲ୍ୱପରିଶିଷ୍ଟରେ ଏବଂ ମନୁ ଓ ମୈତ୍ରାୟଣୀଙ୍କ ଶୁଲ୍ୱସୂତ୍ରରେ ବିଭିନ୍ନ ଯଜ୍ଞବେଦୀ ଓ କୁଣ୍ଡର ପ୍ରମାଣ ଓ ନିର୍ମାଣ ସୂତ୍ରକାରରେ ଲେଖାଅଛି। ବିଭିନ୍ନାକାର ବେଦୀ ଓ କୁଣ୍ଡର କ୍ଷେତ୍ରଫଳ ଓ ଅଙ୍ଗସମୂହର ପରସ୍ପରର ଅନୁପାତ ମଧ୍ୟରେ ସମତା ରଖିବାକୁ ହେଉଥିଲା। ଯଜ୍ଞାନୁଷ୍ଠାନ ଓ ଯଜ୍ଞକର୍ମ ନିର୍ବାହ ପାଇଁ ହିନ୍ଦୁମାନେ କ୍ଷେତ୍ରତତ୍ତ୍ୱ ଓ କ୍ଷେତ୍ରପରିମିତି ସୃଷ୍ଟି କରିଥିଲେ। ଅତଏବ ଭାରତରେ ଏ ଦୁଇ ଶାସ୍ତ୍ରର ଉତ୍ପତ୍ତି ବୈଦିକକାଳରେ ହୋଇଥିଲା। ଡାକ୍ତର ଥୀବ୍ ସାହେବ ଶୁଲ୍ୱସୂତ୍ର ପ୍ରତି ସଭ୍ୟ ଜଗତରେ ଦୃଷ୍ଟି ଆକର୍ଷଣ କରି ହିନ୍ଦୁମାନଙ୍କର ଏ କଳଙ୍କ ମୋଚନ କରିଅଛନ୍ତି—ଯୋଗେଶ୍ଚନ୍ଦ୍ର ଆମାଦେର ଜ୍ୟୋତିଷୀ ପୃ: 43-44 ] — [ଦ୍ର—ଗ୍ରୀକ୍ମାନେ କ୍ଷେତ୍ରତତ୍ତ୍ୱ ଓ କ୍ଷେତ୍ରପରିମାଣ ଶାସ୍ତ୍ରର ଆବିଷ୍କର୍ତ୍ତା ବୋଲି ପୂର୍ବେ ସଭ୍ୟଜଗତ ବିଶ୍ୱାସ କରୁଥିଲା କିନ୍ତୁ ଭାରତବର୍ଷରେ ଖ୍ରୀ: ପୂର୍ବ ତ୍ରୟୋଦଶ ଶତାଦ୍ଦିର କିଛି ପୂର୍ବେ ବା ପରେ ସଂସ୍କୃତ ଭାଷାରେ ଜ୍ୟୋତିଷ ସୂତ୍ରାକାରରେ ରଚିତ ହୋଇଥିଲା ସେହି କାଳର 'କ୍ଷେତ୍ର ବ୍ଯବହାର' ବିଷୟକ 'ସୂତ୍ରଗ୍ରନ୍ଥ' ମିଳିଅଛି କଳ୍ପସୂତ୍ରର ଅନ୍ତର୍ଗତ ଶୁଲ୍ୱସୂତ୍ର ଦେଖି ପୂର୍ବର ବିଶ୍ୱାସ ପରିତ୍ୟକ୍ତ ହୋଇଅଛି ବୈଦିକ ଯଜ୍ଞାନୁଷ୍ଠାନରେ ନାନାବିଧ ଯଜ୍ଞକୁଣ୍ତ ଓ ଯଜ୍ଞବେଦୀ ନିର୍ମାଣ କରିବାକୁ ପଡ଼ୁଥିଲା ତୈତ୍ତିରୀୟ ସଂହିତାରେ ବିଭିନ୍ନକାର ଯଜ୍ଞବେଦୀର ବର୍ଣ୍ଣନା ଅଛି ବୌଧାୟନ ଓ ଆପସ୍ତମ୍ଭ ଶୁଲ୍ୱସୂତ୍ରରେ, କାତ୍ୟାୟନଙ୍କ ଶୁଲ୍ୱପରିଶିଷ୍ଟରେ ଏବଂ ମନୁ ଓ ମୈତ୍ରାୟଣୀଙ୍କ ଶୁଲ୍ୱସୂତ୍ରରେ ବିଭିନ୍ନ ଯଜ୍ଞବେଦୀ ଓ କୁଣ୍ଡର ପ୍ରମାଣ ଓ ନିର୍ମାଣ ସୂତ୍ରକାରରେ ଲେଖାଅଛି ବିଭିନ୍ନାକାର ବେଦୀ ଓ କୁଣ୍ଡର କ୍ଷେତ୍ରଫଳ ଓ ଅଙ୍ଗସମୂହର ପରସ୍ପରର ଅନୁପାତ ମଧ୍ୟରେ ସମତା ରଖିବାକୁ ହେଉଥିଲା ଯଜ୍ଞାନୁଷ୍ଠାନ ଓ ଯଜ୍ଞକର୍ମ ନିର୍ବାହ ପାଇଁ ହିନ୍ଦୁମାନେ କ୍ଷେତ୍ରତତ୍ତ୍ୱ ଓ କ୍ଷେତ୍ରପରିମିତି ସୃଷ୍ଟି କରିଥିଲେ ଅତଏବ ଭାରତରେ ଏ ଦୁଇ ଶାସ୍ତ୍ରର ଉତ୍ପତ୍ତି ବୈଦିକକାଳରେ ହୋଇଥିଲା ଡାକ୍ତର ଥୀବ୍ ସାହେବ ଶୁଲ୍ୱସୂତ୍ର ପ୍ରତି ସଭ୍ୟ ଜଗତରେ ଦୃଷ୍ଟି ଆକର୍ଷଣ କରି ହିନ୍ଦୁମାନଙ୍କର ଏ କଳଙ୍କ ମୋଚନ କରିଅଛନ୍ତି—ଯୋଗେଶ୍ଚନ୍ଦ୍ର ଆମାଦେର ଜ୍ୟୋତିଷୀ ପୃ:43-44]