କ୍ଷିରସିଝୁ Kshirasijhu
- ଦେ. ବି. — ସିଝୁଜାତୀୟ ଛୋଟ ଗଛ — Euphorbia Tirucalli (tree)
- ଦେ. ବି. — [ଦ୍ର—ଏ ଗଛ ଉଚ୍ଚରେ ଦଶ ବାର ହାତ ବଢ଼େ। ଏହାର ପତ୍ର ଅତିଶୟ ଛୋଟ। ଡାଳଗୁଡ଼ିକ ଆଙ୍ଗୁଠି ପରି ଗୋଲ। ଏଥିରେ ଆଦୌ କଣ୍ଟା ନାହିଁ, ଏହା ବାଡ଼ରେ ଉଠେ। ଏହାକୁ କେହି କେହି ଖଡ଼ିସିଝୁ ବା ଲଙ୍କାସିଝୁ କହନ୍ତି। ଏହାର ଡାଳ ଆଣି, ଉଷୁମ କରି ଚିପୁଡ଼ି ସେ ରସରେ ପୋଡ଼ାମାଟି ଘୋରି ଗାଲପାଟିଧରାରେ ଲେପ ଦିଅନ୍ତି। କଞ୍ଚା ପବ ଭାଙ୍ଗି ଦେଲେ ତହିଁରୁ ଦୁଧ ପରି ରସ ବାହାରେ।]