କ୍ଷତ୍ରିୟ Kshattriya

  • ସଂ. ବି. ପୁଂ. (କ୍ଷତ୍ତ୍ର+ଇୟ) — ହିନ୍ଦୁ ମାନଙ୍କର ଦ୍ୱିତୀୟ ବର୍ଣ୍ଣ; ଯୋଦ୍ଧାଜାତି; ଖଣ୍ଡାଏତ — The second or warrior caste among the Hindus
  • ସଂ. ବି. ପୁଂ. (କ୍ଷତ୍ତ୍ର+ଇୟ) — [ଦ୍ର—ଏମାନେ ବ୍ରହ୍ମଙ୍କ ବାହୁରୁ ଜନ୍ମ ଲଭିଥିଲେ। ଏମାନେ ଦ୍ୱିଜାତି; ପଇତା ପକାନ୍ତି। ହିନ୍ଦୁମାନଙ୍କ ମଧ୍ୟରେ ବ୍ରାହ୍ମଣଙ୍କୁ ଛାଡ଼ି ଦେଲେ ଏମାନେ ସର୍ବଶ୍ରେଷ୍ଠ ଜାତି। ଯୁଦ୍ଧ କରିବା ଓ ବିପନ୍ନ ବ୍ଯକ୍ତିର ଉଦ୍ଧାର କରିବା ଏ ଜାତିର ପ୍ରଧାନ କର୍ତ୍ତବ୍ୟ ଥିଲା। କ୍ଷତ୍ରିୟମାନେ ରାଜା ହେଉଥିଲେ। ଓଡ଼ିଶାର ଅଧିକାଂଶ ରାଜା ରାଜପୁତାନା କ୍ଷତ୍ରିୟବଂଶସମ୍ଭୂତ।]