କ୍ରୀତଦାସ Krītadāsa
- ସଂ. ବି. ପୁଂ. (କର୍ମଧା; କ୍ରୀତ+ଦାସ) — କିଣାଜନ; ଗୋଲାମ — A slave; a servant purchased by his master as chattel
- ସଂ. ବି. ପୁଂ. (କର୍ମଧା; କ୍ରୀତ+ଦାସ) — [ଦ୍ର— ପୂର୍ବେ କ୍ରୀତଦାସ ପ୍ରଥା; ବିଶେଷ ଭାବରେ ପ୍ରଚଳିତ ଥିଲା। ଲୋକେ ମନୁଷ୍ୟମାନଙ୍କୁ ପଶୁଭଳି ଧରି ନେଇ ରାଜା ଓ ବଡ଼ଲୋକ ମାନଙ୍କୁ ବିକି ଦେଉଥିଲେ। ସେହି କିଣାଲୋକମାନେ ଚିରଜୀବନ ଖରିଦଦାରଙ୍କ କିଙ୍କର ହେଇ ରହୁଥିଲେ। ଆଜିକାଲି ହାଟରେ ବଜାରରେ ଗୋରୁ ଛେଳି ଯେପରି ବିକ୍ରି ଖରିଦ ହେଉଛନ୍ତି, ପୂର୍ବେ ଧରା ହେଉଥିବା ମନୁଷ୍ୟମାନେ ଏହିପରି ବିକ୍ରି ଖରିଦ ହେଉଥିଲେ। ମନୁଷ୍ୟମାନେ ମଧ୍ୟ ଅର୍ଥାଭାବରେ ପଡ଼ି ଆପଣାକୁ ଓ ଆପଣାର ସ୍ତ୍ରୀ, ପୁତ୍ର, କନ୍ୟାଙ୍କୁ ଅନ୍ୟବ୍ଯକ୍ତିଙ୍କୁ ବିକି ଦେଉଥିଲେ। ଉକ୍ତ କ୍ରୀତଦାସ— ଠାରେ କିଣିବା ବ୍ଯକ୍ତିଙ୍କ ସମ୍ପୂର୍ଣ୍ଣ ସ୍ୱାମିତ ପ୍ରବର୍ତ୍ତୃଥିଲା। ଏ ପ୍ରଥା ହିନ୍ଦୁ, ମୁସଳମାନ ଓ ଖ୍ରୀଷ୍ଟାନ ସମସ୍ତଙ୍କ ମଧ୍ୟରେ ପ୍ରଚଳିତ ଥିଲା। ପାଶ୍ଚାତ୍ୟ ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଏ ପ୍ରଥା କ୍ରମଶଃ ଲୋପ ପାଉଅଛି। ସୁନ୍ଦରୀ ଯୁବତୀମାନଙ୍କୁ ଖରିଦଦାର ସ୍ତ୍ରୀ ରୂପେ ରଖୁଥିଲେ। ବଡ଼ଲୋକମାନେ ପୁରୁଷମାନଙ୍କୁ ଖାସୁ (ମୁଷ୍କଛେଦନ) କରି ଆପଣାର ଅନ୍ତଃପୁରରେ ପ୍ରହରୀ ରୂପେ ରଖୁଥିଲେ। ଦାସଦାସୀଙ୍କ— ଠାରୁ ଜନ୍ମିବା ପିଲା ମଧ୍ୟ ପିତାମାତାଙ୍କ ପ୍ରଭୁଙ୍କର ସମ୍ପତ୍ତିରୂପେ ଗଣ୍ୟ ହେଉଥିଲେ। ଏ କଦର୍ଯ୍ୟ ପ୍ରଥା ଉଠାଇବା ବିଷୟରେ ଇଂରେଜ ଜାତି ବିଶେଷ ଚେଷ୍ଟା କରି ଆଫ୍ରିକା, ଆମେରିକା ବ୍ରହ୍ମଦେଶ ଓ ନେପାଳରୁ ଏ ପ୍ରଥା ଉଠାଇ ଅଛନ୍ତି। ଅବଧି ଭାରତର କେତେକ ଅଞ୍ଚଳରୁ ଓ ବିଶେଷତଃ ଗଡ଼ଜାତର ରାଜପରିବାର— ମାନଙ୍କରୁ ଏ ପ୍ରଥା ସମ୍ପୂର୍ଣ୍ଣ ରୂପେ ଉନ୍ମୂଳିତ ହୋଇ ନାହିଁ।]