କ୍ରିୟା Kriyā
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — (+ ଭାବ. ଅ)—କରଣ; କରିବା — Doing; acting
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — (+କର୍ମ. ଅ)—କାର୍ଯ୍ୟ — An act; action
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — ସମ୍ପାଦନ — Performance; accomplishment
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — ବୈଦିକ କର୍ମ — Vedic ceremony or rite
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — ବୈଦିକ ଆଚାର — Conduct enjoined by the Bedas
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — ସତ୍କାର୍ଯ୍ୟ; ପୁଣ୍ୟ ଅନୁଷ୍ଠାନ — Pious act; meritorious work
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — ପରିଶ୍ରମ — Labour
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — (ବ୍ୟାକରଣ) ଧାତୁର ଅର୍ଥ — (grammar) The meaning of a root
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — (ବ୍ୟାକରଣ) ଧାତୁର ଅର୍ଥ ବାଚକ ପଦ — (grammar) Verb; a word expressing the meaning of a root
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — [ଦ୍ର—ବ୍ୟାକରଣରେ ଧାତୁର ଅର୍ଥକୁ କ୍ରିୟା କହନ୍ତି। ସଂସ୍କୃତ— ଭାଷାର ଦା, କୃ, ପଠ୍ ପ୍ରଭୃତିକୁ ଓଡ଼ିଆରେ ଦେ, କର୍ ଓ ପଢ଼୍ ରୂପରେ ଧାତୁ ବୋଲି ଗ୍ରହଣ କରାଯାଏ। କାଳ, ବଚନ, ପୁରୁଷ ଓ ବାଚ୍ୟ ଭେଦରେ ଓଡ଼ିଆରେ କ୍ରିୟାର ଆକୃତି ପରିବର୍ତ୍ତିତ ହୁଏ। ଧାତୁରେ ପୂର୍ବୋକ୍ତ ଭିନ୍ନ ଭିନ୍ନ ଭେଦ ଅନୁସାରେ ଭିନ୍ନ ଭିନ୍ନ ପ୍ରତ୍ୟୟ ଯୋଗ ହୋଇ କ୍ରିୟାର ରୂପ ହୁଏ। କ୍ରିୟାର କାଳ ପ୍ରଧାନତଃ ତିନି ଗୋଟି—ବର୍ତ୍ତମାନ, ଭୂତ ବା ଅତୀତ ଓ ଭବିଷ୍ୟତ୍। କର୍ତ୍ତାର ଯେଉଁ ବଚନ, ଯେଉଁ ପୁରୁଷ ହୋଇ ଥାଏ କ୍ରିୟାର ସେହି ବଚନ ଓ ସେହି ପୁରୁଷ ହୁଏ। ତେଣୁ ଏକ ବଚନ ଓ ବହୁବଚନ ଭେଦରେ ଏବଂ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରୁଷ ଭେଦରେ କ୍ରିୟା-ରୂପର ପରିବର୍ତ୍ତନ ହୁଏ। ଓଡ଼ିଆ ଭାଷାରେ ଲିଙ୍ଗଭେଦରେ କ୍ରିୟାର ପରିବର୍ତ୍ତନ ହୁଏ ନାହିଁ।
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — ସକର୍ମକ ଓ ଅକର୍ମକ ଭେଦରେ ଧାତୁ ଯେପରି ଦ୍ୱିବିଧ କ୍ରିୟା ମଧ୍ୟ ସେହିପରି ଦ୍ୱିବିଧ। 'ରାମ ଭାତ ଖାଉଅଛି'—ଏ ବାକ୍ୟରେ ଖାଉଅଛି ସକର୍ମକ କ୍ରିୟା, 'ରାମ ଶୋଇବ'—ଏ ବାକ୍ୟରେ 'ଶୋଇବ' ଅକର୍ମକ କ୍ରିୟା। ଏ ବାକ୍ୟରେ କର୍ମ ନାହିଁ; ତେଣୁ 'ଶୋଇବ' ଅକର୍ମକ ଅଟେ। କୌଣସି କ୍ରିୟାର କରାଇବା ଅର୍ଥ ବୋଧକ ରୂପକୁ ଣିଜନ୍ତ ବା ପ୍ରେରଣାର୍ଥକ କ୍ରିୟା କହନ୍ତି। 'ମା ପୁଅକୁ ଚନ୍ଦ୍ର ଦେଖାଉ ଅଛନ୍ତି'—ଏ ବାକ୍ୟରେ 'ଦେଖାଉଅଛନ୍ତି' ଣିଜନ୍ତ କ୍ରିୟା। 'ଅକର୍ମକ' କ୍ରିୟାକୁ ଣିଜନ୍ତ କଲେ ଏହା ତାହା ସକର୍ମକ ହୋଇ ଯାଏ ଓ 'ସକର୍ମକ' କ୍ରିୟାକୁ ଣିଜନ୍ତ କଲେ ତାହା ଦ୍ୱିକର୍ମକ ହୋଇ ଯାଏ। ପୂର୍ବୋକ୍ତ ଉଦାହରଣରେ 'ଦେଖାଯାଉଅଛି' ସକର୍ମକ ଦେଖିବା କ୍ରିୟାର ଣିଜନ୍ତ ଆକୃତି, 'ପୁଅ' ଓ 'ଚନ୍ଦ୍ର' ତାହାର ଦୁଇଟି କର୍ମ। 'ମା ପୁଅକୁ ଶୁଆଉଅଛନ୍ତି' ଏ ବାକ୍ୟରେ ଅକର୍ମକ 'ଶୋଇବା' କ୍ରିୟା ଣିଜନ୍ତରେ ସକର୍ମକ ହୋଇଅଛି। 'ପୁଅକୁ' ତାହାର କର୍ମ।
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) — କେତେକ ସକର୍ମକ କ୍ରିୟା ଅଣିଜନ୍ତ ଅବସ୍ଥାରେ ମଧ୍ୟ ଦୁଇଟି କର୍ମ ଗ୍ରହଣ କରି ଥାଏ। ଯଥା— 'ଗୁରୁ ଛାତ୍ରକୁ ପ୍ରଶ୍ନ ପଚାରିଲେ ଏଠାରେ ପଚାରିବା କ୍ରିୟା ଦ୍ୱିକର୍ମକ'।