କୌଟିଲ୍ୟ Ka̲u̲ṭilya
- ସଂ. ବି. (କୁଟିଳ+ଭାବ. ଯ) — କୁଟିଳତା — Crookedness
- ସଂ. ବି. (କୁଟିଳ+ଭାବ. ଯ) — କ୍ରୂରତା — Cruelty
- ସଂ. ବି. (କୁଟିଳ+ଭାବ. ଯ) — ଅସରଳତା — Want of frankness insincerity
- ସଂ. ବି (ନାମ) — ଅର୍ଥଶାସ୍ତ୍ର ପ୍ରଣେତା ଚାଣକ୍ୟ ବ୍ରାହ୍ମଣ — A name of Chāṇakya, the author of the Arthaṡāstra (Economics)
- ସଂ. ବି (ନାମ) — [ଦ୍ର—ଏହାଙ୍କ କ୍ରେଧାନଳରେ ନନ୍ଦ ରାଜବଂଶ ଧ୍ୱଂସପ୍ରାପ୍ତ ହୋଇ ଥିଲା ଏବଂ ଏହାଙ୍କ ଚକ୍ରାନ୍ତରେ ଦାସୀପୁତ୍ର ଚନ୍ଦ୍ରଗୁପ୍ତ ନନ୍ଦ ସିଂହାସନରେ ଅଧିରୂଢ଼ ହେଇଥିଲେ। କୁଟିଳତାର ମୂଳ ବୋଲି ଲୋକରେ ଏ 'କୋଟିଲ୍ୟ' ନାମରେ ପରିଚିତ।]