କୋଣାର୍କ Koṇārka
- ସଂ. ବି. (ନାମ) — ହିନ୍ଦୁ ତୀର୍ଥବିଶେଷ (ଏହା ପୁରୀଜିଲ୍ଲାରେ ପୁରୀ— ସହରର ଉତ୍ତରପୂର୍ବଦିଗରେ ସମୁଦ୍ରକୂଳରେ ଅବସ୍ଥିତ) — A place of Hindu-pilgrimage (situated to the northeast of Purī town)
- ସଂ. ବି. (ନାମ) — [ଦ୍ର—ପୁରାକାଳରେ ମହର୍ଷି ମୈତ୍ରେୟ ନିଜର ତପସ୍ୟାବଳରେ ଏ କ୍ଷେତ୍ରର ଉତ୍ପତ୍ତି ବିଧାନ କରିଥିବାରୁ, ଏହାର ନାମ ମୈତ୍ରେୟବନ ଥିଲା। ତତ୍ପରେ ସୂର୍ଯ୍ୟନାରାୟଣଙ୍କର ଭିନ୍ନ ଭିନ୍ନ ନାମାନୁସାରେ ଏହା ରବିକ୍ଷେତ୍ର, ଅର୍କକ୍ଷେତ୍ର ଓ ସୁର୍ଯ୍ୟକ୍ଷେତ୍ର ନାମ ମାନ ଧାରଣ କଲା। କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ରାମଚଣ୍ଡୀ କୋଣାର୍କ ମନ୍ଦିରର ଦକ୍ଷିଣ— ପଶ୍ଚିମ କୋଣରେ ଏକ କ୍ଷୁଦ୍ର ମନୋହର କାରୁକାର୍ଯ୍ୟବିଶିଷ୍ଟ ମନ୍ଦିର ମଧ୍ୟରେ ପ୍ରତିଷ୍ଠିତ ଥିଲେ। ମନ୍ଦିର ଭାଙ୍ଗି ଯିବାରୁ ଦେବୀ ସ୍ଥାନାନ୍ତରିତ ହୋଇ ବର୍ତ୍ତମାନ 'ଲିଆଖିଆ' ନଦୀମୁହାଁଣ ନିକଟରେ ଅଛନ୍ତି। ମଦନମୋହନ, ତୀର୍ଥଦର୍ଶନ।]
- ସଂ. ବି. (ନାମ) — ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷ ଅର୍ଥାତ୍ 1225 ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ 16 ବର୍ଷରେ ଅର୍ଥାତ୍ 1240 ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିଲା। ଏଥିରେ ବାରଶହ ଶିଳ୍ପୀ ଷୋଳ ବର୍ଷ କାଳ ଲାଗିଥିଲେ। ମନ୍ଦିର— ନିର୍ମାଣରେ ଉତ୍କଳର ବାର ବର୍ଷର ରାଜସ୍ୱ ଅନୂନ୍ୟ ଚାଳିଶି କୋଟି ଟଙ୍କା ବ୍ଯୟ କରାଯାଇଥିବାର ଅନୁମିତ ହୁଏ। ସମଗ୍ର ଭାରତରେ ଏହା ଉଚ୍ଚତମ ମନ୍ଦିର ଥିଲା। ଏଠା ବଡ଼ଦେଉଳର ଉଚ୍ଚତା 230 ଫୁଟ ଏବଂ ମୁଖଶାଳା 150 ଫୁଟ ଥିଲା। ମନ୍ଦିରର କାରୁକାର୍ଯ୍ୟ ମନୋମୁଗ୍ଧକର। କୃପାସିନ୍ଧୁ, ଉତ୍କଳ ଇତିହାସ।] — ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷ ଅର୍ଥାତ୍1225ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ16ବର୍ଷରେ ଅର୍ଥାତ୍1240ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିଲା ଏଥିରେ ବାରଶହ ଶିଳ୍ପୀ ଷୋଳ ବର୍ଷ କାଳ ଲାଗିଥିଲେ ମନ୍ଦିର— ନିର୍ମାଣରେ ଉତ୍କଳର ବାର ବର୍ଷର ରାଜସ୍ୱ ଅନୂନ୍ୟ ଚାଳିଶି କୋଟି ଟଙ୍କା ବ୍ଯୟ କରାଯାଇଥିବାର ଅନୁମିତ ହୁଏ ସମଗ୍ର ଭାରତରେ ଏହା ଉଚ୍ଚତମ ମନ୍ଦିର ଥିଲା ଏଠା ବଡ଼ଦେଉଳର ଉଚ୍ଚତା230ଫୁଟ ଏବଂ ମୁଖଶାଳା150ଫୁଟ ଥିଲା ମନ୍ଦିରର କାରୁକାର୍ଯ୍ୟ ମନୋମୁଗ୍ଧକର କୃପାସିନ୍ଧୁ, ଉତ୍କଳ ଇତିହାସ]