କୋଚିଲାଖାଇ Kochiḻākhāi
- ଦେ; ବି. — ଓଡ଼ିଶା ଗଡ଼ଜାତର ଏକ ଜାତୀୟ ବନ୍ୟ— ପକ୍ଷୀ — Anthracoceros Coronatus; The Indian Hornbill; Toucan found in the Orissa jungles
- ଦେ; ବି. — ଅଚଳେ କୋଚିଳା ଖାଇଙ୍କ ରାବ। ରାଧାନାଥ, ନନ୍ଦିକେଶ୍ୱରୀ।
- ଦେ; ବି. — [ଦ୍ର— ଏ ଲମ୍ବରେ ପ୍ରାୟ ଅଢ଼େଇ ହାତ ହୁଏ; ପକ୍ଷ ଧଳା ଓ କଳା; ଥଣ୍ଟର ଉପର ଫାଳକ ଚେପ୍ଟା ଓ ପୋଲା, ଏହା ଚାରିଆଙ୍ଗୁଳି ଠାରୁ ଆଠଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ବ ଓ ବଙ୍କା। ଏ ପକ୍ଷୀ କୋଚିଲା ଫଳକୁ ଗୋଟାସୁଦ୍ଧା ଖାଉଥିବାରୁ, ଏହାର ପେଟ ଚିରିଲେ ତହିଁରୁ କୋଚିଲା ମଞ୍ଜି ବାହାରେ। ଆମବାତ ରୋଗରେ କୋଚିଲା ଖାଇ ଚଢ଼େଇର ମାଂସ, ପକ୍ଷୀ ଓ ହାଡ଼ସିଝା କ୍ୱାଥ ବିଶେଷ ଉପକାରୀ।
- ଦେ; ବି. — ମାଈ କୋଚିଲାଖାଇ ଗଛକୋରଡ଼ରେ ଡିମ୍ବ ଦିଏ ଓ ତାହା ମଧ୍ୟରେ ଅଣ୍ଡିରା ପକ୍ଷୀକୁ ଡିମ୍ବ ଉଷୁମାଇବା ପାଇଁ ରଖାଇ କୋରଡ଼ ମୁହଁ ମାଟିରେ ବନ୍ଦ କରିଦିଏ ଏବଂ ତହିଁରେ ଗୋଟିଏ କଣା ରଖି— ଥାଏ ଓ ସେହି କଣାବାଚେ ଖାଦ୍ୟ ଆଣି ଅଣ୍ଡିରା ପକ୍ଷୀକୁ ଦେଉଥାଏ। ଏ ଜାତୀୟ ଏକହାତ ଲମ୍ବର ପକ୍ଷୀକୁ ଭାଲିଆଖାଇ — (Lophocerus Birostris)କହନ୍ତି]