କୋକିଳ Kokiḻa

  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — ନିଆଁଖୁଣ୍ଟା; ହୁଳା — Fire-brand
  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — କୋକିଳେକ୍ଷୁ (ଦେଖ) — Kokiḻekshu (See)
  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — (ଯେ କୁହୁକୁହୁ ରାବଦ୍ୱାରା ଚିତ୍ତ ହରଣ କରେ)— କୋଇଲି; ପିକ; ପୁଂଷ୍କୋକିଳ — The koel or indian cuckoo; Endynamis Honorata
  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — [ଦ୍ର—ଏହାର ରଙ୍ଗ କଳା ଓ ଆଖି ଇଷତ୍ ନୀଳବର୍ଣ୍ଣ; ଏହାର କୁହୁକୁହୁ ରାବ ଅତ୍ୟନ୍ତ ଶ୍ରୁତିମଧୂର। ଏହାର କୁହୁକୁହୁ ରାବ ବିଶେଷ ଭାବରେ ଆମ୍ବ ବଉଳିବା ସମୟରେ ବା ବସନ୍ତ ସମୟରେ ଶୁଣାଯାଏ, ତେଣୁ ଏହାକୁ ଚୂତରସିକ ବା ବସନ୍ତଦୂତ ବୋଲାଯାଏ; ଏହାର ଅନ୍ଯ ଗୋଟିଏ ନାମ କାମଦୂତ।
  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିଅଛନ୍ତି ଯେ ଅଣ୍ଡିରାକୋଇଲି କୁହୁକୁହୁ ରାବ କରେ ମାତ୍ର ମାଈ କୋଇଲିର ରାବ ଭିନ୍ନ ପ୍ରକାର। ଭାରତର ପୁରାତନ କବିମାନେ ମଧ୍ୟ ଏ କଥା ଜାଣିଥିଲେ।
  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — କୋକିଳ ବା କୋଇଲି ନିଜ ଡିମ୍ବକୁ ଫୁଟାଇବାକୁ ଅସମର୍ଥ ହୋଇ ଡିମ୍ବ ଦେଇସାରି ଅନ୍ଯ ପକ୍ଷୀର ବସାରେ ଆପଣାର ଡିମ୍ବକୁ ରଖିଦେଇ ଆସେ ଓ ସେ ପକ୍ଷୀ କୋକିଳ ଡିମ୍ବକ ଆପଣାର ଡିମ୍ବ ବୋଲି ବିଚାରି ତାକୁ ଉଷୁମାଏ ଓ ଫୁଟାଏ ଏବଂ ସେ ଛୁଆକୁ ନିଜର ଛୁଆ ବୋଲି ବିଚାରି ଆଧାର ଦେଇ ପାଳେ। କୋଇଲିଛୁଆ ବଢ଼ିଯାଇ ଉଡ଼ି ପାରିଲାରୁ ସେ ଉଡ଼ି ଆପଣାର ମାଆ—କୋଇଲି ବସାକୁ ପଳାଇ ଆସେ। ଏଥିପାଇଁ ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ମଥୁରା ଯିବା ସମୟରେ ଯଶୋଦା ଶୋକ କରିଥିଲେ "କାକପୁରେ ପିକପରି ବଢ଼ାଇଲି ଯତ୍ନକରି, ଏବେ ଆପଣା ଗୋତ୍ର ସୁମରି ହେଲୁ ବାହାର।" କୋଇଲିଛୁଆ ଅନ୍ଯ ପକ୍ଷୀଦ୍ୱାରା ଲାଳିତ ପାଳିତ ହେବାର ତାକୁ ପରଭୃତ ବୋଲାଯାଏ। ଭାରତବାସୀଙ୍କର ଏ ବିଶ୍ୱାସ ଅତି ପୁରୁଣା। ଇଉରୋପୀୟ ପକ୍ଷିତତ୍ତ୍ୱବିତ୍ମାନଙ୍କର ଏ ସମ୍ବନ୍ଧରେ ଯେ ସନ୍ଦେହ ଥିଲା, ତାହା ଇଂଲଣ୍ଡବାସୀ ପକ୍ଷିତତ୍ତ୍ୱବିତ୍ ସାହେବ — Mr. P. J. Bunyardନିଜେ ପର୍ଯ୍ୟବେକ୍ଷଣ କରି ଦୂର କରିଅଛନ୍ତି
  • ସଂ. ବି. ପୁଂ. (କୁକ୍ ଧାତୁ=ଗ୍ରହଣ କରିବା (ମନକୁ)+ ସଂଜ୍ଞାର୍ଥେ ଇଳ; ଯେ ମନକୁ ମୋହିତ କରେ) — ଇଂଲଣ୍ଡର ସର୍ରେ — (Surrey)କାଉଣ୍ଟି ଅନ୍ତର୍ଗତ କ୍ରଏଡେନ୍(Croyden)ନଗରରେ ସାହେବଙ୍କ ବସା ପାଖରେ ଥିବା ଗୋଟିଏ ଚଢ଼େଇ ବସାରୁ କୋଇଲିଠାରୁ କ୍ଷୁଦ୍ରତର ଉଆର୍ବ୍ଲର୍(Warbler)ନାମକ ଗୋଟିଏ ଚଢ଼େଇ ପ୍ରତିଦିନ ବାହାରେ; ଅନେକ ବର୍ଷ ପର୍ଯ୍ୟନ୍ତ ସାହେବ ଏହା ଲକ୍ଷ୍ୟ କରିଥିଲେ ବର୍ଷେ ସାହେବ ସେହି ଉଆର୍ବ୍ଲର୍ ବସା ପାଖରେ ଗୋଟିଏ ଚୋରି— କୁଡ଼ିଆ କରି ଜଗି ବସିଲେ ଉକ୍ତ ପକ୍ଷୀର ବସାରେ ସେହି ପକ୍ଷୀର ଦୁଇଟି ଡିମ୍ବ ଥିବା ସାହେବ ପ୍ରଥମେ ଦେଖିଥିଲେ ପରେ ଦେଖିଲେ ଯେ ଆଉ ଗୋଟିଏ ଚଢ଼େଇ (କୋଇଲି) ସେ ବସାଠାକୁ ଉଡ଼ିଆସି, ବସାର କଡ଼ପାଖରେ ଝୁଙ୍କିପଡ଼ି ବସାରେ ମୁଣ୍ଡ ଗଳାଇ ମୁଣ୍ଡକୁ ଦୁଇଥର ଉଠାଇଲା ଓ ଗୁଞ୍ଜିଲା ବସାଠାକୁ ଉଡ଼ି ଗଲାବେଳେ କୋଇଲିର ଥଣ୍ଟରେ କିଛି ପଦାର୍ଥ ନ ଥିଲା ଚଢ଼େଇବସାରେ ମୁଣ୍ଡ ଗୁଞ୍ଜିଦେଇ କୋଇଲି ସେଠାରୁ ପୁଣି ବାହୁଡ଼ି ଉଡ଼ି ଅଇଲା ବାହୁଡ଼ିଲାବେଳେ ସାହେବ ଦେଖିଲେ ଯେ କୋଇଲି ନିଜର ଥଣ୍ଟରେ ଉଆର୍ବ୍ଲର୍ ଚଢ଼େଇର ଗୋଟିଏ ଡିମ୍ବକୁ ଯାକି ଧରିଥାଏ ଉଆର୍ବଲର୍ ଚଡ଼େଇର ବସାରୁ ଉଡ଼ି ଅଇଲା ପରେ ସାହେବ ସେ ଚଢ଼େଇର ବସାକୁ ଯାଇ ଦେଖିଲେ ଯେ ପୂର୍ବେ ସେ ଚଢ଼େଇର ବସାରେ ଯେଉଁ ଦୁଇଟି ଡିମ୍ବ ଥିଲା, ବର୍ତ୍ତମାନ ସେଥିମଧ୍ୟରୁ ଗୋଟିଏ ନାହିଁ ଓ ସେ ଡିମ୍ବ ସ୍ଥାନରେ କୋଇଲିର ଗୋଟିଏ ଡିମ୍ବ ଥୁଆ ହୋଇଅଛି ତାହାର କିଛିଦିନ ପରେ ସେ ଚଢ଼େଇ ବସାରେ ଗୋଟିଏ କୋଇଲିଛୁଆ ଓ ଗୋଟିଏ ଉଆର୍ବ୍ଲର୍ ଛୁଆ ଥିବାର ଦେଖାଗଲା ସାହେବ ମହୋଦୟBritish Ornithological Clubନାମକ ପକ୍ଷିତତ୍ତ୍ୱ ଆଲୋଚନା ସଭାରେ ନିଜର ପ୍ରତ୍ୟକ୍ଷ ଅନୁଭବ ଜ୍ଞାପନପୂର୍ବକ ଗୋଟିଏ ପ୍ରବନ୍ଧ ପାଠ କରିଅଛନ୍ତି ସାହେବ ଆହୁରି ମଧ୍ୟ ଦେଖିଲେ ଯେ କୋଇଲି ଉକ୍ତ ଉଆର୍ବ୍ଲର୍ ପକ୍ଷୀର ବସାରେ ପହଞ୍ଚିଲାବେଳେ ଉଆର୍ବ୍ଲର୍ ଦମ୍ପତି ବସା ପାଖରୁ ଖଣ୍ଡେଦୂରରେ ଥାଇ କୋଇଲିର ଅନଧିକାର ପ୍ରବେଶ ବିରୋଧରେ ଆପତ୍ତିସୂଚକ ରାବ କରୁଥାନ୍ତି ଓ ଏହି ଆପତ୍ତିସତ୍ୱେ କୋଇଲି ତା କାମ ଫତେ କରି ଉଡ଼ି ଚାଲିଗଲା ଅତଏବ ସାହେବ ଏହି ସିଦ୍ଧାନ୍ତ କଲେ ଯେ କୋଇଲି ଡିମ୍ବକୁ ଜନ୍ମ କରିସାରି ପୁଣି ଉକ୍ତ ଡିମ୍ବକୁ ଗିଳିଦିଏ ଏବଂ ଉଆର୍ବଲର୍ ବା ଅନ୍ୟପକ୍ଷୀର ବସାକୁ ଯାଇ ସେ ବସାରେ ଗିଳିଥିବା ଡିମ୍ବକୁ ଉଗାରି ପକାଏ ଏବଂ ଉକ୍ତ ପକ୍ଷୀର ଗୋଟିଏ ଡିମ୍ବକୁ ସେଠାରୁ ଘେନିଆସେ କୋଇଲି ବସା ଛାଡ଼ି ଯିବା ପରେ ଉକ୍ତ ଚଢ଼େଇ ଆପଣାର ବସାକୁ ଆସି ଦେଖେ ଯେ ପୂର୍ବେଥିବା ଦୁଇଟିଯାକ ଡିମ୍ବ ଅଛି; ଆପଣା ଡିମ୍ବ ପରିବର୍ତ୍ତରେ ସେଠାରେ କୋଇଲିର ଡିମ୍ବଟିଏ ରଖା ଯାଇଅଛି ବୋଲି ସେ ବୁଝି ପାରେ ନାହିଁ; ଦୁଇଟିଯାକ ଡିମ୍ବକୁ ଆପଣାର ଡିମ୍ବବୋଲି ସ୍ଥିରକରି ଉଷୁମାଏ ଓ ଫୁଟାଇକରି ଛୁଆ ବାହାରକରେ ଛୁଆ ବାହାରିଲା ପରେ ସେଥିରୁ ଗୋଟାଏ ଛୁଆ କୋଇଲିଛୁଆ ବୋଲି ଠଉରାଇ ନ ପାରି ଆପଣାର ଛୁଆପରି ତାକୁ ମଧ୍ୟ ଆଧାର ଦେଇ ବଢ଼ାଏ; କୋଇଲି ଛୁଆଟି ଉଡ଼ିପାରିଲେ ତାହାର ନିଜ ମାଆକୋଇଲି ଆସି ତାକୁ ନିଜ ବସାକୁ ଉଡ଼ାଇ ନେଇଯାଏ ଓ ଉଆର୍ବ୍ଲର୍ ପକ୍ଷୀ ଭକୁଆ ହୋଇ ଚାହିଁ ଥାଏ ଆମଦେଶରେ କୋଇଲି କୁଆଦ୍ୱାରା ଆପଣାର ଛୁଆକୁ ଲାଳିତପାଲିତ କରାଏ କିନ୍ତୁ ବିଲାତରେ କୁଆ ନ ଥିବାରୁ ଅନ୍ଯ ପକ୍ଷୀଦ୍ୱାରା କୋଇଲି ଆପଣାର ଛୁଆକୁ ଲାଳିତପାଳତ କରାଇନିଏ