କୈଟଭଜିତ୍ Ka̲i̱ṭabhajit
- ସଂ. ବି. (କୈଟଭ+ ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ୱିପ୍) — ବିଷ୍ଣୁ — Bishṇu
- ସଂ. ବି. (କୈଟଭ+ ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ୱିପ୍) — [ଦ୍ର—ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଚଣ୍ଡୀରେ ବର୍ଣ୍ଣିତ ଅଛି ଯେ ପୃଥିବୀର ମହାପ୍ରଳୟ କାଳରେ ବିଷ୍ଣୁ ଅନନ୍ତଶଯ୍ଯାରେ ଶୟନ କରିଥିବା ବେଳେ ତାଙ୍କ କର୍ଣ୍ଣମୂଳରୁ ମଧୁ ଓ କୈଟଭ ନାମକ ଦୁଇଟି ଅସୁର ବାହାରି ବିଷ୍ଣୁଙ୍କ ନାଭିକମଳୋଦ୍ଭୁତ ବ୍ରହ୍ମାଙ୍କୁ ଖାଇବାକୁ ବସିଲେ। ନିଦ୍ରାରୁ ଉଠି ବିଷ୍ଣୁ ତାଙ୍କ ବଧ କଲେ; ତାହା କରି ନ ଥିଲେ ବ୍ରହ୍ମା ନୂତନ ସୃଷ୍ଟି କରି ପାରି ନ ଥାନ୍ତେ।]