କେରାବଙ୍ଗାଳୀ Kerābaṅgāḻī
- ଦେ. ବି. (ଅସଲ ବଙ୍ଗାଳୀଙ୍କଦ୍ୱାରା ବିଦ୍ରୁପରେ ବ୍ଯବ— ହୃତ) — ଓଡ଼ିଶାରେ ବହୁକାଳରୁ ପୁରୁଷନୁକ୍ରମେ ବାସ କରୁଥିବା ବଙ୍ଗାଳୀ — A term joculary used by the Bengalees for those of the Bengalees domiciled for generations in Orissa
- ଦେ. ବି. (ଅସଲ ବଙ୍ଗାଳୀଙ୍କଦ୍ୱାରା ବିଦ୍ରୁପରେ ବ୍ଯବ— ହୃତ) — [ଦ୍ର—ଏମାନଙ୍କ ବ୍ଯବହୃତ ବଙ୍ଗଳାଭାଷା, ଓଡ଼ିଆ ଓ ହିନ୍ଦୀ ଉଭୟ ଭାଷାର ପ୍ରଭବରୁ ବିକୃତ ହୋଇଅଛି। ବିଶେଷତଃ 'ଖାଇ, ଯାଇ, ଆସି' (ଯାହାକି ବଙ୍ଗଳାରେ ଖେୟେ, ଯେୟେ, ଏସେ ହୁଏ ଓ ଓଡ଼ିଆରେ 'ଖାଇକରି, ଯାଇକରି, ଆସିକରି' ହୁଏ ଓ ହିନ୍ଦୀରେ 'ଖାକର୍, ଯାକର୍ ଆକର୍' ହୁଏ) ସ୍ଥଳରେ ଏମାନେ 'ଖାଏକେରେ, ଯାଏକେରେ, ଆସେକେରେ'—ଏହିପରି ବ୍ଯବହାର କରୁଥିବାରୁ ଏହି 'କେରେ' ବ୍ଯବହାର ଯୋଗୁଁ, ଅସଲ ବଙ୍ଗାଳୀମାନେ ଏମାନଙ୍କୁ ବ୍ୟଙ୍ଗ ବା ପରିହାସରେ 'କେରା' ନାମରେ ଡାକନ୍ତି। ଏହି 'କେରା' ଶବ୍ଦର ବ୍ୟୁତ୍ପତ୍ତିମୁଳକ ଅର୍ଥ 'କେରେ' ବ୍ଯବହାର କରିବା ବ୍ଯକ୍ତି। ପୂର୍ବେ ଯେଉଁ ବଙ୍ଗାଳୀମାନେ ଓଡ଼ିଶାରେ ଉପନିବେଶ କରୁଥିଲେ, ସେମାନଙ୍କ ସଙ୍ଗେ ବଙ୍ଗଦେଶୀୟ ବଙ୍ଗାଳୀମାନଙ୍କ ସଂସ୍ରବ କମି ଯିବାରୁ ଓଡ଼ିଆଭାଷା ପ୍ରଭାବରୁ ଏମାନଙ୍କ ଭାଷା ବିକୃତ ହୋଇଗଲା। ବର୍ତ୍ତମାନ ସଭ୍ୟତା ଓ ରେଲ୍ ପ୍ରଭାବରୁ ଏମାନେ କ୍ରମଶଃ ନିଜର ବଙ୍ଗୀୟ ଭ୍ରାତାମାନଙ୍କ ସଙ୍ଗେ ସମ୍ପର୍କ ଘନିଷ୍ଠ କରିବାକୁ ଚେଷ୍ଠା କରୁଅଛନ୍ତି।]