କେରଣ୍ଟ Keranṭa
- ଦେ. (ପ୍ରାଚୀନ ପଦ୍ଯ) ଅ. — ଯୁଦ୍ଧ କାଳରେ ଏକ ପକ୍ଷ ତଳେ ପଡ଼ି ନିଜେ ପରାସ୍ତ ହେଲି ଏହା ମୁହଁରେ ସ୍ୱୀକାର କରିବା; (ଏହାର ଅର୍ଥ ମୁଁ ହାରିଲି) — Interjection used by a vanquished foe in admitting his defeat while pinned to the ground by the adversary
- ଦେ. (ପ୍ରାଚୀନ ପଦ୍ଯ) ଅ. — କେରଣ୍ଟ କହିଲେ ଧର୍ମଯୁଦ୍ଧ ଛାଡ଼ି ଦେବା ଏପରି ଧର୍ମେ ସମର ଉଭୟେ କରିବା। ସାରଳା, ମହାଭାରତ।
- ଦେ. (ପ୍ରାଚୀନ ପଦ୍ଯ) ଅ. — [ଦ୍ର—ପରାଜିତ ଓ ଭୂପତିତ ଯୋଦ୍ଧା 'କେରଣ୍ଟ' ଶବ୍ଦ ଉଚାରଣ କଲେ, ଜେତା ତତ୍କ୍ଷଣାତ୍ ତାକୁ ଛାଡ଼ି ଦେବ, ଏହା ଧର୍ମଯୁଦ୍ଧରେ ଗୋଟିଏ ଅଲଂଘ୍ୟ ନିୟମ।]
- ଦେ. (ପ୍ରାଚୀନ ପଦ୍ଯ) ବି. — ଯୁଦ୍ଧ ଓ ଖେଳରେ କରାଯିବା ପଣ; ବାଜୀ — Wager
- ଦେ. (ପ୍ରାଚୀନ ପଦ୍ଯ) ବି. — ଆରେ ଆରେ ଦୈତ୍ୟ ମାଲଯୁଦ୍ଧର ଏ ବାଟ। କିସ କେରଣ୍ଟରେ ମରଣ ହୋଇଲା ନିକଟ। ସାରଳା, ମହାଭାରତ।
- ଦେ. (ପ୍ରାଚୀନ ପଦ୍ଯ) ବି. — ମାଲଯୁଦ୍ଧରେ ପରାଜୟ — Defeat in a boxing match
- ଦେ. (ପ୍ରାଚୀନ ପଦ୍ଯ) ବି. — ଅସୁର ବୋଇଲା ଆହୋ କେରଣ୍ଟ ମୋହର ଧର୍ମଯୁଦ୍ଧେ ହାରିଲି ରେ ଛାଡ଼ ମହାବୀର। ସାରଳା, ମହାଭାରତ।