କୁସୁମ Kusuma
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — ପୁଷ୍ପ — Flower (generally)
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — କୁସୁମ ପରଶରେ ପଟ ନିସ୍ତରେ, କେଉଁ ବଡ଼ଲୋକର ନବସେ ଶିରେ ଯେ—ଭଞ୍ଜ, ରସିକହାରାବଳୀ।
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — ଫଳ — Fruit
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — ସ୍ତ୍ରୀ ରଜଃ — Menses; menstrual discharge
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — ସ୍ତ୍ରୀ ମାନଙ୍କର ଋତୁସମୟ — The period of the appearance of the menstrual flow in females
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — ଡିମ୍ବର ହଳଦିଆ ଅଂଶ ବା କେଶର — The yolk or yellow part of an egg
- ସଂ. ବି. (କୁସ୍ ଧାତୁ=ଦୀପ୍ତି ପାଇବା+ସଜ୍ଞାର୍ଥେ. ଉମ) — ଚକ୍ଷୁରୋଗବିଶେଷ — A disease of the eye in which yellow lines appear on the retina
- ଦେ. ବି. — (ସଂ. କୁସୁମ୍ଭ) କୁସୁମ ଫୁଲ; ଗେଣ୍ଡୁ ଫୁଲ — A yellow flower; Safflower; Carthamus Tinctorius
- ଦେ. ବି. — [ଦ୍ର—ଏ ଗୁଳ୍ମ ଦୁଇ ତିନି ହାତ ଉଚ୍ଚରେ ବଢ଼େ, ଗୁଳ୍ମର କାଣ୍ଡ ଓ ଡାଳ କୋମଳ— କଣ୍ଟକମୟ, ପତ୍ର ଲମ୍ବ ଓ ଦନ୍ତୁର; ଏଥିର ପାଖୁଡ଼ାର ମୂଳରେ ମଞ୍ଜି ଥାଏ, ମଞ୍ଜିରୁ ତେଲ ବାହାରେ; ଫୁଲର ପାଖୁଡ଼ାରୁ ଏକପ୍ରକାର (କୁସୁମୀ) ରଙ୍ଗ ବାହାରେ, ସେହି ରଙ୍ଗରେ ପାଟଲୁଗା ରଙ୍ଗାଯାଏ। ଏହି ଫୁଲ ଚାରି ପ୍ରକାର; ଯଥା—ମଣ୍ଡାକୁସୁମ, ଗେଣ୍ଡୁ, ମାଣିକଚାନ୍ଦି ଓ ଝୁଲଣ।]
- ଦେ. ବି. — (ସଂ. କୋଶାମ୍ର) ଏକଜାତୀୟ କାଠଗଛ — A kind of hard timber used for preparing the axle of carts; the shell lac insects are laid on this tree; Schleicheria Trijuga
- ଦେ. ବି. — [ଦ୍ର—ଏହି ଗଛ ରିଠାଗଛ ପରି ମଧ୍ୟଭଳିଆ ଗଛ ଓ ମଧ୍ୟଭାରତ, ମାନ୍ଦ୍ରାଜ ଓ ଗଡ଼ଜାତ ଜଙ୍ଗଲରେ ଜନ୍ମେ। ଏହାର ଫୁଲ ହଳଦିଆ, କାଠ ରକ୍ତଖଦୀର ବର୍ଣ୍ଣ। ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରେ। ଏହି ଗଛରେ ଲାକ୍ଷାକୀଟ ଜନ୍ମନ୍ତି। ଶୀତକାଳରେ ଏହାର ପତ୍ର ଝଡ଼ିପଡ଼େ ଓ ବସନ୍ତକାଳରେ ନୂଆ ପତ୍ର କଅଁଳେ ଓ ଫୁଲ ଫୁଟେ। ଏ କାଠ ଖୁବ୍ ମଜବୁତ ଥିବାରୁ ସଗଡ଼, ଲଙ୍ଗଳ ଓ ଘର ତିଆରି କାମରେ ଲାଗେ। ଏହାର ଫଳ ଖଟାମିଶା ମିଠା; ବୈଦଶାସ୍ତ୍ର ଅନୁସାରେ ଏହାର ଫଳ ଗୁରୁ, ପିତ୍ତବର୍ଦ୍ଧକ ଓ ଦାହ- କାରକ। ଏଥିର ତୈଳରେ ବଥ ଓ ଚର୍ମରୋଗ ଭଲ ହୁଏ; ତୈଳ ରୋଚକ, ପାଚକ ଓ ବଳକାରକ। ପକ୍ୱଫଳ ଅଗ୍ନିଦୀପକ, ରୁଚିଜନକ, ଲଘୁ, ଉଷ୍ଣବୀର୍ଯ୍ୟ ଓ କଫ ଏବଂ ବାୟୁନାଶକ।]
- ପ୍ରାଦେ. (ପୁରୀଜିଲ୍ଲା) ବି — ଗଛର ଗଣ୍ଡିର ମଧ୍ୟବର୍ତ୍ତୀ ଅଂଶ — The middle part of the stem of a tree