କୁଶଭଦ୍ରା Kuṡabhadrā

  • ଦେ. ବି — ପୁରୀଜିଲ୍ଲାର ନଦୀବିଶେଷ — Name of a river in the district of Puri
  • ଦେ. ବି — [ଦ୍ର—ମହାନଦୀରୁ କଟକ ନରାଜଠାରେ ଯେଉଁ ଶାଖାନଦୀ ବାହାରିଅଛି, ସେହି କାଠଯୋଡ଼ୀ ନଦୀରୁ କଟକ ସହରର ଦକ୍ଷିଣରେ କୁଆଖାଇ ନାମରେ ଗୋଟିଏ ଶାଖା ବାହାରି ଅଛି; ଉକ୍ତ କୁଆଖାଇରୁ ବାଲିଅନ୍ତାଠାରେ କୁଶଭଦ୍ରା ନାମକ ଶାଖାନଦୀ ବାହାରି ଅଛି। କୁଶଭଦ୍ରା କିଛିଦୂର ଯାଇ ପ୍ରାଚୀ ଓ କୁଶଭଦ୍ରା ନାମରେ ବଙ୍ଗୋପ— ସାଗରରେ ପଡ଼ିଅଛି। ଭିଙ୍ଗାରପୁର ଓ ନିମାପଡ଼ା କୁଶଭଦ୍ରା କୂଳରେ ଅବସ୍ଥିତ।]