କୁଳୁକୁଞ୍ଚା Kuḻukun̄chā
- ଦେ. ବି. (ଧ୍ୱନ୍ୟର୍ଥକ; ତୁଳ. ସଂ. କୁଳୁକ=ଜିଭ ଉପରେ ବସିଥିବା ଛତିଆ; ତୁଳ. ସଂ. କବଳ; କଳ ଧାତୁ=ଶବ୍ଦ କରିବା ଓ କଚ ଧାତୁ=ମାର୍ଜନ କରିବା) — ତୁଣ୍ଡ ଭିତରେ ପାଣି ପୂରେଇ ଏକଳ ସେକଳ କରିବା କର୍ମ; କୁଳି କରିବା — Gargling; rinsing of the mouth
- ଦେ. ବି. (ଧ୍ୱନ୍ୟର୍ଥକ; ତୁଳ. ସଂ. କୁଳୁକ=ଜିଭ ଉପରେ ବସିଥିବା ଛତିଆ; ତୁଳ. ସଂ. କବଳ; କଳ ଧାତୁ=ଶବ୍ଦ କରିବା ଓ କଚ ଧାତୁ=ମାର୍ଜନ କରିବା) — କୁଳି କରା ଯାଇଥିବା ଜଳ — Gargled water