କୁଳୀନତା Kuḻīnatā

  • ସଂ. ବି. (କୁଳୀନ+ଭାବେ. ତା) — ସତ୍କୁଳରେ ଜନ୍ମିବାର ଅବସ୍ଥା — Respectability
  • ଦେ. ବି — ରାଜା ବଲ୍ଲାଲ ସେନଙ୍କ ଦ୍ୱାରା ବଙ୍ଗ ଦେଶରେ ପ୍ରବର୍ତ୍ତିତ ଉଚ୍ଚବଂଶ ମର୍ଯ୍ୟାଦା; ବଙ୍ଗଦେଶୀୟ ବ୍ରାହ୍ମଣମାନଙ୍କ ମଧ୍ୟରେ କୁଳୀନ ପ୍ରଥା — Kuḻīnism amongst the Brahmans of Bengal; the status of respectability due to being born of a family declared as noble by certain rules promulgated by Raja Ballāla Sena of Bengal
  • ଦେ. ବି — [ଦ୍ର—ଏ ପ୍ରଥା ବଙ୍ଗ ଦେଶରେ କ୍ରମଶଃ କମୁଅଛି। ଦିନାକେତେ ସମାଜରେ ଏ ପ୍ରଥା ଯୋଗୁଁ ବିଶେଷ ବିଷମୟ ଫଳ ଘଟିଥିଲା; ଅନେକ କନ୍ଯା ଆଜୀବନ କୁମାରୀ ରହୁଥିଲେ ଓ ଅନେକ ବର ବହୁପତ୍ନୀ ବିବାହ କରୁଥିଲେ। କୁଳୀନ ବଂଶର କନ୍ୟାପିତା କୁଳୀନ ବର ହସ୍ତରେ କନ୍ୟାକୁ ଦାନ କରିବା ପାଇଁ ସର୍ବସ୍ୱାନ୍ତ ହେଉଥିଲେ।]