କୁରୁବେଲି Kurubeli

  • ଦେ. ବି. (ସଂ. ହ୍ରୀବେର) — ସୁଗନ୍ଧ ପୁଷ୍ପଗୁଳ୍ମବିଶେଷ — An flowering plant; Pavonia Odorata
  • ଦେ. ବି. (ସଂ. ହ୍ରୀବେର) — ହେ କୁରୁବେଲି ନାଗେଶ୍ୱର, ଚମ୍ପା ପୁନ୍ନାଗ କନିଅର; ଜଗନ୍ନାଥ, ଭାଗବତ।
  • ଦେ. ବି. (ସଂ. ହ୍ରୀବେର) — [ଦ୍ର—ଏହା ଜବାଦି ବର୍ଗର ବନ୍ୟ ଛୋଟ ସୁଗନ୍ଧ କ୍ଷୁପ, ପତ୍ର ଘନଲୋମଶ ଓ ସକୋଣ ଫୁଲ ଆରକ୍ତ, ବାର ମାସ ଫୁଟେ, ଫଳ ପଞ୍ଚକୋଷ, କିନ୍ତୁ ଗର୍ଭକୋଷର ଅଗ୍ର ଦଶ ଭାଗରେ ବିଭକ୍ତ। ଏଥିର ମୂଳ ଔଷଧରେ ଲାଗେ। ଏହା ଶୀତବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ ଓ ପାଚକ। ଏହା ହୃଲ୍ଲାସ, ଅରୁଚି, ବିସର୍ପ, ହୃଦ୍ରୋଗ, ଆମଦୋଷ ଓ ଅତିସାରନାଶକ।]