କୁତ Kuta
- ଦେ. ବି. (ତୁଳ. ସଂ. କୁଟ=ଗଦା; ସଂ. ଆକୂତ=ଆଶୟ) — ଫଳଥିବା ଫଳ ବା ଫସଲ ସଂଗୃହୀତ ହେବା ପୂର୍ବରୁ ତାହା ଗଣନା ବା ମାପ ନ କରି ତହିଁର ଆନୁମାନିକ ପରିମାଣ ନିରୂପଣ; ଗୁତା (ଗଞ୍ଜମ) — Measurement or estimate of the quantity of a crop before it is harvested; appraisement of the produce
- ଦେ. ବି. (ତୁଳ. ସଂ. କୁଟ=ଗଦା; ସଂ. ଆକୂତ=ଆଶୟ) — ବୃକ୍ଷର ଫଳ ବା ନଇପୋଖରୀର ମାଛର ଆନୁମାନିକ ପରିମାଣ କିମ୍ବା ହାରାହାରି ମୂଲ୍ୟ ନିରୂପଣ — Valuation of the standing crop or produce; rough appraisement of the standing crop in a field or fruit on a tree or of fish in a tank (before they are taken)
- ଦେ. ବି. (ତୁଳ. ସଂ. କୁଟ=ଗଦା; ସଂ. ଆକୂତ=ଆଶୟ) — ପାତ୍ର ମଧ୍ୟସ୍ଥିତ ପଦାର୍ଥର ଆନୁମାନିକ ପରିମାଣ ନିରୂପଣ — Rough calculation of the contents of a receptacle