କୁଟୁତୁଣୀ Kuṭutuṇī
- ଦେ. ବି. ସ୍ତ୍ରୀ. (ସଂ. କୁଟ ଧାତୁ; ସଂ. କୁଟବୃତ୍ତ) — ଯେଉଁ ସ୍ତ୍ରୀ ଢିଙ୍କିଆଦିଦ୍ୱାରା କୌଣସି ପଦାର୍ଥ କୁଟେ — A woman who beats or pounds grains with the husking machine
- ଦେ. ବି. ସ୍ତ୍ରୀ. (ସଂ. କୁଟ ଧାତୁ; ସଂ. କୁଟବୃତ୍ତ) — ଧାନ କୁଟିବା ଯେଉଁ ସ୍ତ୍ରୀର ଜୀବିକା — A woman who lives on husking paddy and preparing rice therefrom
- ଦେ. ବି. ସ୍ତ୍ରୀ. (ସଂ. କୁଟ ଧାତୁ; ସଂ. କୁଟବୃତ୍ତ) — [ଦ୍ର—ମଫସଲ ଅଧିକାଂଶ ଗରିବ ସ୍ତ୍ରୀମାନେ ପରଘରେ ଧାନ କୁଟି ସେଥିରୁ ଯାହା ମୂଲ ମିଳେ କିମ୍ବା ପଚିସାକୁଟା ପ୍ରମାଣେ ଲୋକଙ୍କଠାରୁ ଧାନ କୁଟିବାକୁ ଆଣି ସେଥିରୁ ତାଙ୍କୁ ଦଶ ଗୌଣି ହିସାବରେ ଚାଉଳ ଦେଇ ବାକି ଯାହା ଚାଉଳ ଓ କୁଣ୍ଡା ଆଦି ବଳେ ତଦ୍ଦ୍ୱାରା ପୋଷି ହୁଅନ୍ତି।]