କୁଞ୍ଚା Kun̄chā
- ଦେ. ବି. (ସଂ. କୁଞ୍ଚନ) — କୁଞ୍ଚନ କ୍ରିୟା ବା ପ୍ରଣାଳୀ — The mode of curling the wearing cloth into tiny folds
- ଦେ. ବି. (ସଂ. କୁଞ୍ଚନ) — ପରିଧାନ ବସ୍ତ୍ରର କୁଞ୍ଚିତ ଫେର ବା ଅଂଶ; କୁଞ୍ଚକାନି — The crimped or folded part of the wearing cloth
- ଦେ. ବି. (ସଂ. କୁଞ୍ଚନ) — କେଉଁ ମାନେ କୁଞ୍ଚାକୁ ଲମ୍ବାଇ ତଳକୁ ପକାଇ ଥିଲେ ପାଦ ବେନିକି ଆଗକୁ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. (ସଂ. କୁଞ୍ଚନ) — (ସଂ. କୁଞ୍ଚ)—ଆଠ ମୁଠା ଶସ୍ୟ ପରିମାଣରେ ମାପପାତ୍ର ବା ମାଣ — A measure of capacity of grains (measuring 8 handfuls)
- ଦେ. ବି. (ସଂ. କୁଞ୍ଚନ) — (ଫା. କୂଜା= ବଣା) ମାଟିର ଠେକି ବା ଘଡ଼ି — Small earthen pitcher
- ପ୍ରାଦେ. (ସମ୍ବଲପୁର) — ଶସ୍ୟର ନିର୍ଦ୍ଦିଷ୍ଟ ମାପପାତ୍ରବିଶେଷ — A unit of measure of corn
- ଦେ. ବିଣ — କୁଞ୍ଚ ହୋଇଥିବା (ବସ୍ତ୍ର) — Curled or folded (cloth); frilled; folded into frills or ruffs