କୁଆକେନ୍ଦୁ Kuākendu
- ଦେ. ବି. (ସଂ. କାକେନ୍ଦୁ; ଏ ଗଛ କୃଷ୍ଣବର୍ଣ୍ଣ ଥିବାରୁ) — ତମାଳ ବର୍ଣ୍ଣର ଧୁସରାକେନ୍ଦୁ; ମାକଡ଼— କେନ୍ଦୁ — A tree and its fruit; Diospyros Tomentosa; Ebony
- ଦେ. ବି. (ସଂ. କାକେନ୍ଦୁ; ଏ ଗଛ କୃଷ୍ଣବର୍ଣ୍ଣ ଥିବାରୁ) — [ଦ୍ର—ଏହା କେନ୍ଦୁଜାତୀୟ ଗଛ। ଏହାର ମଞ୍ଜ ଗାଢକୃଷ୍ଣ ଅବଳୁସକାଠ। ଏହା ନିବିଡ଼ପତ୍ର ଓ ଚିରଶ୍ୟାମଳ ବୃକ୍ଷ। ଗ୍ରୀଷ୍ମ କାଳରେ ଏହାର ଫଳ ପାଚେ ଓ ମିଠା ଲାଗେ। କଞ୍ଚା ଫଳର ଅଠା ଚୂନ ମସଲାଆଦିରେ ଦିଆଯାଏ। ଓ କଞ୍ଚାଫଳର ସିଝାପାଣି ଜାଲରେ କଷ ଦିଆଯାଏ। ଏହା କଷାୟ— ମଧୁର, ଶ୍ଳେଷ୍ମବର୍ଦ୍ଧକ, ବାତପିତ୍ତଜ ବ୍ୟାଧିନାଶକ, ବମନ ନିବାରକ ଓ ଶ୍ରାନ୍ତିହର।]