କୀଳିବା Kīḻibā

  • ଦେ. କ୍ରି. (ସଂ. କୀଳନ) — ଘର ଭିତରୁ ଦ୍ୱାର ରୁଦ୍ଧ କରିବା — To bolt a door from inside
  • ଦେ. କ୍ରି. (ସଂ. କୀଳନ) — ମୁଁ ତ ଡରରେ ତାଟି କୀଳି ପକାଇଲି। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ଦେ. କ୍ରି. (ସଂ. କୀଳନ) — ଦେହକୁ ଔଷଧ ବା ମନ୍ତ୍ରାଦି ଦ୍ୱାରା ଶତ୍ରୁ ଆକ୍ରମଣରୁ ବା ଭୂତପ୍ରେତାଦିଙ୍କ ଠାରୁ ବା ମନ୍ତ୍ର ପ୍ରଭାବରୁ ରକ୍ଷା କରିବା; ଦେହକୁ ଅକାଟୁ କରିବା — To make one's body invulnerable against the attack of enemies and evil spirits or incantations by using charms
  • ଦେ. କ୍ରି. (ସଂ. କୀଳନ) — ଦୁଷ୍ଟ ଭୂତପ୍ରେତ ଓ ବ୍ୟାଘ୍ର ସର୍ପାଦିଙ୍କୁ ମନ୍ତ୍ରବଳରେ ଏକ ସ୍ଥାନରେ ରୁଦ୍ଧ କରିବା — To confine evil spirits, tiger, snake etc to one place by means of charms
  • ଦେ. କ୍ରି. (ସଂ. କୀଳନ) — ଲେଖା ହୋଇଥିବା ଅକ୍ଷରାଦିର ମଧ୍ୟଦେଇ ଗାର ଟାଣିବା; ଲେଖା ଆଦିକୁ କାଟିଦେବା — To score through; to erase
  • ଦେ. କ୍ରି. (ସଂ. କୀଳନ) — କୀଳା ମାରିବା — To impale or stake a pin or pole