କିମ୍ଭୀର Kimbhīra
- ଦେ. ବି. (ସଂ. କୁମ୍ଭୀର) — ଜଳଜନ୍ତୁବିଶେଷ; କୁମ୍ଭୀର — Alligator; crocodile
- ଦେ. ବି. (ସଂ. କୁମ୍ଭୀର) — ପାଣିରେ ଘର କରି କୁମ୍ଭୀର ସଙ୍ଗରେ ବାଦ କରିବା—ନ୍ଯାୟ।
- ଦେ. ବି. (ସଂ. କୁମ୍ଭୀର) — [ଦ୍ର—ଏମାନେ ସରୀସୃପ, ଅଣ୍ଡଜ ଓ ଉଭୟଚର ଅଟନ୍ତି। ପାଞ୍ଚ ପ୍ରକାର କିମ୍ଭୀର ଅଛନ୍ତି; ଯଥା—ଗୋମୁହାଁ, ଘଡ଼ିଆଳ ବା ଦାଢ଼ିଆଣି, ଶଙ୍ଖୁଆ, ଥଣ୍ଟିଆ ଓ କୁଜୀ। ଏମାନେ ମଧୁରପାଣିରେ ବିଚରଣ କରନ୍ତି। ଗୋମୁହାଁମାନେ ମନୁଷ୍ୟ ଓ ଜୀବଙ୍କୁ ଖାଆନ୍ତି। ଏମାନଙ୍କ ଖଗ ବା ଲାଞ୍ଜ ଖୁବ୍ ଶକ୍ତିଯୁକ୍ତ। କୁମ୍ଭୀରମାନଙ୍କ ପେଟ ଚିରିଲେ ସେମାନେ ଖାଇଥିବା ମନୁଷ୍ୟମାନଙ୍କର ଧାତୁମୟ ଅଳଙ୍କାରାଦି ତାଙ୍କ ପେଟରେ ରହିଥିବାର ଦେଖାଯାଏ।]