କିମ୍ଭୀରିଆ Kimbhīriā
- ଦେ. ବିଣ. (ସଂ. କୁମ୍ଭୀର) — (ନଈ ଆଦି) ଯେଉଁଠାରେ କୁମ୍ଭୀରମାନଙ୍କର ପ୍ରାଦୁର୍ଭାବ ବେଶୀ; କୁମ୍ଭୀରପୂର୍ଣ୍ଣ (ଜଳାଶୟ) — (river etc) Infested by alligators; full of crocodiles
- ଦେ. ବିଣ. (ସଂ. କୁମ୍ଭୀର) — କୁମ୍ଭୀରସମ୍ବନ୍ଧୀୟ — Relating to alligators
- ଦେ. ବି — ଅଜୀର୍ଣ୍ଣରୋଗବିଶେଷ — A disease of indigestion by which the patient vomits every thing instead of evacuating it in due course (through the anus)
- ଦେ. ବି — [ଦ୍ର—ଏ ରୋଗ ହେଲେ ରୋଗୀ ଯାହା ଖାଏ ତାହା ଶୀଘ୍ର ବାନ୍ତି କରି ପକାଏ। କୁମ୍ଭୀରମାନ ପାଟିବାଟେ ମଳ ତ୍ୟାଗ କରନ୍ତି ବୋଲି ଲୌକିକ ବିଶ୍ୱାସ। ତେଣୁ ଏ ରୋଗର ଏପରି ନାମ ହୋଇଅଛି।]