କାଷ୍ଟିଙ୍ଗ୍ ଭୋଟ Kāshṭiṅgbhoṭ
- ବୈଦେ. ବି. (ଇଂ.) — କୌଣସି ବିଷୟରେ ଉଭୟ ପକ୍ଷର ମତ ସମାନ ହେଲେ ନ୍ଯାୟ ଅନୁସାରେ ସଭାପତିଙ୍କ ଦ୍ୱାରା ଦିଆଯିବା ଗୋଟିଏ ଅଧିକା ଭୋଟ୍ — Casting vote of the president of a meeting in which the number of votes is equal on both sides of a question
- ବୈଦେ. ବି. (ଇଂ.) — [ଦ୍ର—କୌଣସି ସଭାସମିତି ଆଦିରେ ସମସଂଖ୍ୟକ ସଭ୍ୟ ଉପସ୍ଥିତ ଥାଇ କୌଣସି ବିଷୟ ମୀମାଂସା ହେବା ପାଇଁ ଭୋଟ୍ ନିଆହେବା— ବେଳେ ଯେବେ ସଭ୍ୟମାନଙ୍କର ମତଭେଦ ହୋଇ କୌଣସି ବିଷୟର ସପକ୍ଷରେ ଓ ବିପକ୍ଷରେ ଭୋଟ୍ସଂଖ୍ୟା ସମାନ ହେବାର ଦେଖାଯାଏ, ତେବେ ଭୋଟ୍ ନିଆହେଲାବେଳେ ଥରେ ମତ ଦେଇସାରିଥିବା ସଭାପତିଙ୍କର ଅଧିକାର ଥାଏ ଯେ, ସେ ଯେଉଁ ମତର ସପକ୍ଷରେ ଭୋଟ୍ ଦେବାକୁ ଇଚ୍ଛା କରିବେ ସେହି ମତ ସପକ୍ଷରେ ଗୋଟିଏ ଅଧିକା ଭୋଟ୍ ଦେବେ।]