କାଳିୟ ନାଗ Kāḻiya nāga

  • ଦେ. ବି — ଯମୁନାରେ ବାସ କରୁଥିବା କାଳନାଗସର୍ପ — The black cobra of the river J̄amunā
  • ଦେ. ବି — [ଦ୍ର—ଏ କଦ୍ରୁପୁତ୍ର ଓ ଅତ୍ୟନ୍ତ ବିଷଧର; ଏ ଯମୁନାରେ ବାସ କରୁଥିବାରୁ ଯମୁନାର ଜଳ ବିଷମୟ ହୋଇଥିଲା, ଏମନ୍ତ କି, ସେ ଜଳକୁ ସ୍ପର୍ଶ କଲେ ପ୍ରାଣୀମାନେ ମରି ଯାଉଥିଲେ। ଶ୍ରୀକୃଷ୍ଣ ଏହା ନିବାରଣ କରିବା ପାଇଁ ଯମୁନାକୁ ଲମ୍ଫ ଦେଇ ଜଳକୁ ମନ୍ଥନ କରି ଏ ନାଗର ଫଣା ଉପରେ ଉଠି ତାକୁ ଦଳନ କଲେ ଓ ସେ ଶ୍ରୀକୃଷ୍ଣ ଶରଣ ପଶିବାରୁ ତାକୁ ଅନ୍ଯ ସ୍ଥାନରେ ରହିବାର ଆଦେଶ ଦେଇ ଶ୍ରୀକୃଷ୍ଣ ଯମୁନା ନଦୀକୁ ଏହାର ବିଷ— ଜ୍ୱାଳାକୁ ମୁକ୍ତ କଲେ।]