କାଳିଦାସ Kāḻidāsa
- ସଂ. ବି. (ନାମ) — ସ୍ୱନାମଖ୍ୟାତ ସଂସ୍କୃତକାବ୍ୟ ଗ୍ରନ୍ଥାଦିର ରଚୟିତା କବିକୁଳଗୁରୁ — The famous Sanskrit poet Kāḻidāsa
- ସଂ. ବି. (ନାମ) — [ଦ୍ର—କାଳିଦାସ 6 ଷ୍ଠ ଶତାବ୍ଦିରେ ବିକ୍ରମାଦିତ୍ୟ ରାଜାଙ୍କ ସଭାପଣ୍ଡିତ ନବରତ୍ନଙ୍କ ମଧ୍ୟରେ ଏକତମ ଥିଲେ। ଏ ରଘୁବଂଶ, କୁମାରସମ୍ଭବ, ମେଘଦୁତ ଓ ଋତୁସଂହାର ପ୍ରଭୃତି କାବ୍ୟ ଏବଂ ଅଭିଜ୍ଞାନଶକୁନ୍ତଳା, ବିକ୍ରମୋର୍ବଶୀ, ମାଳବିକାଗ୍ନିମିତ୍ର ଆଦି ନାଟକ ପ୍ରଣୟନ କରି ସାହିତ୍ୟ ରାଜ୍ୟରେ ଅମରକୀର୍ତ୍ତି ରଖି ଯାଇଅଛନ୍ତି। ଏହାଙ୍କ ଗ୍ରନ୍ଥମାନ ଇଂରାଜି, ଜର୍ମାନୀ, ଫ୍ରେଞ୍ଚ୍ ଆଦିଭାଷାରେ ଭାଷାନ୍ତରିତ ହୋଇ ପାଶ୍ଚାତ୍ୟ ବିଦ୍ୱଜ୍ଜନମଣ୍ଡଳିରେ ସମାଦୃତ ହେଉଅଛି।] — [ଦ୍ର—କାଳିଦାସ6ଷ୍ଠ ଶତାବ୍ଦିରେ ବିକ୍ରମାଦିତ୍ୟ ରାଜାଙ୍କ ସଭାପଣ୍ଡିତ ନବରତ୍ନଙ୍କ ମଧ୍ୟରେ ଏକତମ ଥିଲେ ଏ ରଘୁବଂଶ, କୁମାରସମ୍ଭବ, ମେଘଦୁତ ଓ ଋତୁସଂହାର ପ୍ରଭୃତି କାବ୍ୟ ଏବଂ ଅଭିଜ୍ଞାନଶକୁନ୍ତଳା, ବିକ୍ରମୋର୍ବଶୀ, ମାଳବିକାଗ୍ନିମିତ୍ର ଆଦି ନାଟକ ପ୍ରଣୟନ କରି ସାହିତ୍ୟ ରାଜ୍ୟରେ ଅମରକୀର୍ତ୍ତି ରଖି ଯାଇଅଛନ୍ତି ଏହାଙ୍କ ଗ୍ରନ୍ଥମାନ ଇଂରାଜି, ଜର୍ମାନୀ, ଫ୍ରେଞ୍ଚ୍ ଆଦିଭାଷାରେ ଭାଷାନ୍ତରିତ ହୋଇ ପାଶ୍ଚାତ୍ୟ ବିଦ୍ୱଜ୍ଜନମଣ୍ଡଳିରେ ସମାଦୃତ ହେଉଅଛି]