କାରଣଜଳ Kāraṇajaḻa

  • ସଂ. ବି. (ମଧ୍ୟପଦଲୋପୀ; ସୃଷ୍ଟିର ଆଦିକାରଣରୂପେ ସୃଷ୍ଟ ଜଳ; କିମ୍ବା କାରଣୀଭୂତ ଜଳ) — ସୃଷ୍ଟି ଆରମ୍ଭରେ ବ୍ୟାପିଥିବା ପ୍ରଳୟ-ଜଳ (ଏହି ଜଳ- ମଧ୍ୟରେ ବିଷ୍ଣୁ ମେଦିନୀ ବା ଭୂମି ସ୍ଥାପନ କରନ୍ତି ଓ ତହିଁ- ଉପରେ ବ୍ରହ୍ମା ସର୍ଜନା କରନ୍ତି) — The original water in which the cosmic egg was laid before the creation according to the Hindu mythology
  • ସଂ. ବି. (ମଧ୍ୟପଦଲୋପୀ; ସୃଷ୍ଟିର ଆଦିକାରଣରୂପେ ସୃଷ୍ଟ ଜଳ; କିମ୍ବା କାରଣୀଭୂତ ଜଳ) — ଏହିରୂପେ ଧରି ମୁଁ ଧରଣୀର ଭାରା କାରଣଜଳେ ତେଜ କରିଥାଏ ତୋରା। କୃଷ୍ଣସିଂହ, ମହାଭାରତ, ବନ।
  • ସଂ. ବି. (ମଧ୍ୟପଦଲୋପୀ; ସୃଷ୍ଟିର ଆଦିକାରଣରୂପେ ସୃଷ୍ଟ ଜଳ; କିମ୍ବା କାରଣୀଭୂତ ଜଳ) — [ଦ୍ର—ହିନ୍ଦୁ ପୁରାଣ ମତରେ ପ୍ରଳୟାର୍ଣ୍ଣବର ଜଳରୁ ସୃଷ୍ଟି ଆରମ୍ଭ- ହେଲା। ପ୍ରାଚୀନ ମିଶର ଜାତିଙ୍କର ପୁରାଣରେ ମଧ୍ୟ ଜଳରୁ ଦେବତା ଗୋଷ୍ଠି ଜାତ ହେବାର ଉଲ୍ଲେଖ ଅଛି। ଆଧୁନିକ ପାଶ୍ଚାତ୍ୟବିଜ୍ଞାନ ମଧ୍ୟ କହୁଅଛି ଯେ ପ୍ରାଣୀ—ଜୀବନ ପ୍ରଥମେ ଜଳରୁ ଆରମ୍ଭ ହୋଇଅଛି। ଜ୍ଞାନେନ୍ଦ୍ର।]