କାମିକ Kāmika
- ଦେ. ବିଣ. — (ସଂ. କାମ—କାମନାଯୁକ୍ତ; ସକାମ — Accompanied with a desire for some object
- ଦେ. ବିଣ. — କାମିକ କର୍ମଟି କେବଳ, ନୋହେ ଏକାନ୍ତ ପ୍ରତିକାର। ଜଗନ୍ନାଥ, ଭାଗବତ ।
- ଦେ. ବିଣ. — (ସଂ. କାମୁକ)—ଦେ. ବିଣ.—କାମୁକ — Lustful
- ଦେ. ବିଣ. — କାମୁକେ ରତି ଚୋରିମାନ, ଶୁଣି ହୋଇବେ ହୃଷ୍ଟ ମନ। ପ୍ରାଚୀ, ପୂର୍ଣ୍ଣତମଚନ୍ଦ୍ରୋଦୟ।
- ଦେ. ବିଣ. — (ସଂ. କାର୍ମୁକ)କର୍ମଦକ୍ଷ — Expert; active
- ଦେ. ବିଣ. — (ସଂ. କର୍ମ) ପରେ କାର୍ଯ୍ୟରେ ଲାଗିବାର ଯୋଗ୍ୟ; ପ୍ରୟୋଜନୀୟ — Useful
- ଦେ. ବିଣ. — ପରିଶ୍ରମୀ — Laborious
- ସଂ. ବିଣ. (କାମ+ଇକ) — ଇଷ୍ଟ; ବାଞ୍ଛିତ — Desired; wished for (M.W.)
- ସଂ. ବିଣ. (କାମ+ଇକ) — ଇଚ୍ଛା ପୂରଣକାରୀ; କାମଦ — Satisfying desires (M.W.)
- ସଂ. ବିଣ. (କାମ+ଇକ) — ଇଚ୍ଛା ସମ୍ବନ୍ଧୀୟ — Relating to or connected with a desire
- ସଂ. ବି. — କାରଣ୍ଡବ; ବନ୍ୟହଂସ — Wild duck (M.W.)
- ପ୍ରାଦେ. (ସମ୍ବଲପୁର) ବି — ଲୌହବେଷ୍ଟନୀବିଶେଷ — An iron ring