କାବ୍ୟଲିଙ୍ଗ Kābyaliṅga
- ସଂ. ବି — ଅର୍ଥାଳଙ୍କାରବିଶେଷ — A figure of rhetoric
- ସଂ. ବି — [ଦ୍ର—ବାକ୍ୟାର୍ଥ ବା ପଦାର୍ଥ ଅନ୍ଯ ଅର୍ଥ ପ୍ରତି କାରଣରୂପେ ପ୍ରତିପାଦିତ ହେଲେ ଯେଉଁ ଚମତ୍କାରିତ୍ୱ ଜନ୍ନେ ତାହାଦ୍ୱାରା 'କାବ୍ୟଲିଙ୍ଗ ଅଳଙ୍କାର' ହୁଏ; ଯଥା
- ସଂ. ବି — ରେ ଦକ୍ଷିଣ ହସ୍ତ ତୁହି ନିର୍ଦ୍ଦୟ ରାମର ବଞ୍ଚାଇବା ପାଇଁ ମୃତ ଶିଶୁ ବ୍ରାହ୍ମଣର ଖଡ଼ଗ ପ୍ରହାର କର ଶୂଦ୍ର ମୁନି ଶିରେ ଦୟା ମାୟା କାହିଁ ତୋର ଏହି ଜଗତରେ? ତୁହିତ ରେ ଅନାୟାସେ ପେଶିଲୁ କାନନେ ପୂର୍ଣ୍ଣଗର୍ଭା ବୈଦେହୀଙ୍କୁ ନିର୍ବିଚାର ମନେ— ଉତ୍ତରରାମଚରିତ, କୁଳମଣି, ଅଳଙ୍କାରତରଙ୍ଗିଣୀ।
- ସଂ. ବି — ହେତୁବାଚକ ଶଦ୍ଦର ଉଲ୍ଲେଖ ଥିଲେ ବାକ୍ୟର ଚମତ୍କାରିତ୍ୱ ନଷ୍ଟ ହୁଏ। ସୁତରାଂ କାବ୍ୟଲିଙ୍ଗ ହୁଏ ନାହିଁ—ଜ୍ଞାନେନ୍ଦ୍ର।]