କାଫି Kāphi

  • ବୈଦେ. ବି. (ତୁରଷ୍କ, କଫି; ଇଂ. କଫ୍ଫୀ; ଆ. କାଓଆ) — ଆରବ ଓ ଆଫ୍ରିକା ଦେଶର ଆଛୁ ଗଛ ଜାତୀୟ ଗଛ ଓ ତହିଁର ବୀଜ; କାଫି (ଦେଖ) — Coffea Arabica; the Coffee plant; Kāphi (See)
  • ବୈଦେ. ବି. (ତୁରଷ୍କ, କଫି; ଇଂ. କଫ୍ଫୀ; ଆ. କାଓଆ) — କାଫି ଗଛର ଫଳ — The coffee berries
  • ବୈଦେ. ବି. (ତୁରଷ୍କ, କଫି; ଇଂ. କଫ୍ଫୀ; ଆ. କାଓଆ) — କାଫି ଗଛ ଫଳର ଭଜା ଚୂନା — The powder of the berries fried and pounded for use
  • ବୈଦେ. ବି. (ତୁରଷ୍କ, କଫି; ଇଂ. କଫ୍ଫୀ; ଆ. କାଓଆ) — ଗରମ ପାଣିରେ କାଫିଚୂର୍ଣ୍ଣ ମିଶାଇ ତାକୁ ଛାଣି ତହିଁରୁ ପ୍ରସ୍ତୁତ ପାନୀୟ — The drink prepared from coffee
  • ବୈଦେ. ବି. (ତୁରଷ୍କ, କଫି; ଇଂ. କଫ୍ଫୀ; ଆ. କାଓଆ) — [ଦ୍ର—ଏଥର ବୀଜ ଭାଜି ଚୂନା କରି ସିଦ୍ଧ ଜଳରେ ମିଶାଇ, ଛାଣି ସେ ପାଣିକୁ ଦୁଧ ଓ ଚିନି ସଙ୍ଗେ ମିଶାଇ, ଲୋକ ଶରୀରର ଆଳସ୍ୟ ନିବାରଣାର୍ଥ ସେବନ କରନ୍ତି। ଏହା ବର୍ତ୍ତମାନ ଲଙ୍କା ଓ ଦକ୍ଷିଣ ଭାରତରେ ଉତ୍ପନ୍ନ ହୁଏ।]
  • ବୈଦେ. ବିଣ. (ଆ. କାଫୀ) (କଚିରିଆ ଭାଷା) — କାର୍ଯ୍ୟକାରୀ; ଫଳପ୍ରଦ — Effective; effectual; efficacious
  • ବୈଦେ. ବିଣ. (ଆ. କାଫୀ) (କଚିରିଆ ଭାଷା) — ପ୍ରୟୋଜନୀୟ — Useful
  • ବୈଦେ. ବିଣ. (ଆ. କାଫୀ) (କଚିରିଆ ଭାଷା) — ଯେତିକି ପ୍ରୟୋଜନୀୟ ସେତିକି — So much as is necessary
  • ବୈଦେ. ବିଣ. (ଆ. କାଫୀ) (କଚିରିଆ ଭାଷା) — ଯଥେଷ୍ଟ; ପର୍ଯ୍ୟାପ୍ତ — Suffecient; enough
  • ଦେ. ବି — ସଙ୍ଗୀତର ରାଗିଣୀବିଶେଷ — Name of a musical air
  • ଦେ. ବି — [ଦ୍ର—କାଫିରାଗ—ସମ୍ପୂର୍ଣ୍ଣ ଜାତିର ଗୋଟିଏ ରାଗ, ଏଥିରେ ଗାନ୍ଧାର ଓ କୋମଳ ସ୍ୱର ଲାଗେ। ଏହା ଆଶାବରୀ, ଗୁର୍ଜରୀ ଓ ଭୈରବୀ ରାଗମାନଙ୍କ ଯୋଗରେ ଉତ୍ପନ୍ନ। ଏହା ଗାଇବାର ସମୟ 10 ଦଣ୍ଡଠାରୁ 16 ଦଣ୍ଡ ଏଥିସଙ୍ଗେ କାନାଡ଼ା, ତୋଡ଼ି, ହୋଲୀ ଆଦି କୋତେକ ରାଗ ମଧ୍ୟ ଯୁକ୍ତ ହୁଏ। ଜ୍ଞାନେନ୍ଦ୍ର; ହି. ଶବ୍ଦସାଗର।] — [ଦ୍ର—କାଫିରାଗ—ସମ୍ପୂର୍ଣ୍ଣ ଜାତିର ଗୋଟିଏ ରାଗ, ଏଥିରେ ଗାନ୍ଧାର ଓ କୋମଳ ସ୍ୱର ଲାଗେ ଏହା ଆଶାବରୀ, ଗୁର୍ଜରୀ ଓ ଭୈରବୀ ରାଗମାନଙ୍କ ଯୋଗରେ ଉତ୍ପନ୍ନ ଏହା ଗାଇବାର ସମୟ10ଦଣ୍ଡଠାରୁ16ଦଣ୍ଡ ଏଥିସଙ୍ଗେ କାନାଡ଼ା, ତୋଡ଼ି, ହୋଲୀ ଆଦି କୋତେକ ରାଗ ମଧ୍ୟ ଯୁକ୍ତ ହୁଏ ଜ୍ଞାନେନ୍ଦ୍ର; ହି. ଶବ୍ଦସାଗର]